Business Today
ଚଣ୍ଡିଗଡ଼ : ଇରାନ୍ରୁ ୧୩ ଜଣ ପର୍ଯ୍ୟଟକଙ୍କୁ ଅମୃତସର ହୋଟେଲ୍ରେ ଏବେ କ୍ବାରେଣ୍ଟିନ୍ରେ ରଖାଯାଇଛି। ମେଡିକାଲ ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହୋଟେଲ୍ ଛାଡ଼ିବାକୁ ମନା କରାଯାଇଛି। ଗତକାଲି ରାତିରେ ସେମାନେ ଅମୃତସରରେ ପହଞ୍ଚିବାପରେ ସେମାନଙ୍କୁ ହୋଟେଲ୍ ରୁମ୍ରେ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କଠାରେ ଭାଇରସ୍ ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି।
ଦିଲ୍ଲୀ କରୋନା ଆକ୍ରାନ୍ତଙ୍କ ୭ ପରିବାର ସଦସ୍ୟ କ୍ବାରେଣ୍ଟିନ୍ରେ
ନୂଆଦିଲ୍ଲୀ : ଥାଇଲାଣ୍ଡ୍ରୁ ଫେରିଥିବା ପଶ୍ଚିମ ଦିଲ୍ଲୀର ଜଣେ ବ୍ୟକ୍ତି ଭାଇରସ୍ ଆକ୍ରାନ୍ତ ହେବାପରେ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଛି। ଭାଇରସ୍ ଆକ୍ରାନ୍ତ ହୋଇଥିବା ୨୫ ବର୍ଷୀୟ ଯୁବକଙ୍କ ପତ୍ନୀ, ବାପା ମା’, ଭାଇ, ୨ ଶିଶୁ ଏବଂ ଅନ୍ୟ ଜଣେ ସଦସ୍ୟଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି।
Follow Us