ଫୁଟ୍‌ପାଥରେ‌ ଶୋଇଥିବା ୧୮ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୧୩ ମୃତ, ୫ ଗୁରୁତର

Advertisment
ଫୁଟ୍‌ପାଥରେ‌ ଶୋଇଥିବା ୧୮ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୧୩ ମୃତ, ୫ ଗୁରୁତର

zeenews.india.com

ସୁରଟ: ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୁରଟର କିମ୍‌ ଚାର୍‌ ରାସ୍ତାର ଫୁଟ୍‌ପାଥରେ ଶୋଇଥିବା ୧୮ ଜଣଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ଶ୍ରମିକ ଓ ସେମାନଙ୍କ ଘର ରାଜସ୍ଥାନର ବନଶ୍ବାରା ଜିଲ୍ଲାରେ ବୋଲି ଜଣାପଡ଼ିଛି।

ଜାଣିବାକୁ ମିଳିଛି ଯେ ଶ୍ରମିକମାନେ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ ଟ୍ରକ୍‌କୁ ଆଖୁ ବୋଝେଇ ଟ୍ରାକ୍ଟରଟି ଆସି ପିଟି ଦେଇଥିଲା। ଫଳରେ ଟ୍ରକ୍‌ ଚାଳକ ଜଣକ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ି ଯାଇଥିଲେ। ସେଠାରେ ଶୋଇଥିବା ସମସ୍ତଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ସମୁଦାୟ ୧୮ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୫ ଜଣ ଶ୍ରମିକମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe