ଅମରନାଥରେ ବାଦଲ ଫାଟି ୧୫ ମୃତ; ୪୦ ନିଖୋଜ, ଶତାଧିକ ଶ୍ରଦ୍ଧାଳୁ ପାଣିଘେରରେ

Advertisment

ଆହତଙ୍କୁ ହେଲିକପ୍ଟରରେ ସ୍ଥାନାନ୍ତର, ଏନ୍‌ଡିଆର୍‌ଏଫ୍‌, ଆଇଟିବିପିର ଉଦ୍ଧାର କାର୍ଯ୍ୟ ଜାରି

ଆହତଙ୍କୁ ହେଲିକପ୍ଟରରେ ସ୍ଥାନାନ୍ତର, ଏନ୍‌ଡିଆର୍‌ଏଫ୍‌, ଆଇଟିବିପିର ଉଦ୍ଧାର କାର୍ଯ୍ୟ ଜାରି

ଅମରନାଥରେ ବାଦଲ ଫାଟି ୧୫ ମୃତ; ୪୦ ନିଖୋଜ, ଶତାଧିକ ଶ୍ରଦ୍ଧାଳୁ ପାଣିଘେରରେ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ଅପରାହ୍ନ ୫.୩୦ରେ ବାଦଲ ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଗୁମ୍ଫା ଅଂଚଳରେ ଶତାଧିକ ଲୋକ ପାଣି ଘେରରେ ରହିଥିବା ବେଳେ ଏନ୍‌ଡିଆର୍‌ଏଫ୍‌ ଏବଂ ଆଇଟିବିପି ପକ୍ଷରୁ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ୍‌ ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

ଗୁମ୍ଫା ଅଞ୍ଚଳରେ ବାଦଲ ଫାଟିବା ଖବର ମିଳିବା ମାତ୍ରେ ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ୨ଟି ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପଠାଯାଇଥିଲା। ବାଦଲ ଫାଟିବାରୁ ୨୦ଟି ଟେଣ୍ଟ୍‌ ଓ ୫ଟି ଲଙ୍ଗର ଭାସିଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ହେଲିକପ୍‌ଟର ବ୍ୟବସ୍ଥା କରାଯାଇଛି ବୋଲି କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି। ଯାତ୍ରା ମାର୍ଗରେ ଥିବା ୫୦ରୁ ଅଧିକ ଅସ୍ଥାୟୀ ଶିବିର ନଷ୍ଟ ହୋଇଯାଇଥିବାରୁ ସେଠାରେ ଥିବା ଲୋକଙ୍କୁ ସିଆରପିଏଫ୍‌ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି। ଏହି ଅଂଚଳରେ ବନ୍ୟା ଆଶଙ୍କା ଥିବାରୁ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ଲଙ୍ଗର ଏବଂ ତମ୍ବୁ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ହୋଇଛି।

ଏଥର ଅମରନାଥ ଯାତ୍ରାରେ ୮ରୁ ୧୦ ହଜାର ଲୋକ ସାମିଲ ଅଛନ୍ତି। ଅଗଷ୍ଟ ୧୧ରେ ଶେଷ ହେବାକୁ ଥିବା ଏହି ଯାତ୍ରା ଏବେ ସ୍ଥଗିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ପରିସ୍ଥିତି ସଂପର୍କରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe