Coal workers digging for coal in a seventy feet deep rathole mine in the Jaintia Hills in Meghalaya. Express Photo by Tashi Tobgyal New Delhi 281012
ସିଲଙ୍ଗ୍: ଗୁରୁବାର ଦିନ ପୂର୍ବ ଜୈନ୍ତିଆ ହିଲ୍ସ୍ ଜିଲ୍ଲା ଅନ୍ତର୍ଗତ ଏକ କୋଇଲା ଖଣିରେ ୧୨ ଜଣ ଶ୍ରମିକ ଅବରୁଦ୍ଧ ହୋଇ ରହିଛନ୍ତି। ୨୦୧୪ରେ ନେସ୍ନାଲ୍ ଗ୍ରିନ୍ ଟ୍ରାଇବୁନାଲ୍ ନିଷିଦ୍ଧ କରିବା ସତ୍ତ୍ୱେ ମେଘାଳୟରେ ବେଆଇନ ଏବଂ ଅବୈଜ୍ଞାନିକ କୋଇଲା ଉତ୍ତୋଳନ ଚାଲିଥିବା କଥା ଲୋକଲୋଚନକୁ ଆସିଛି।
ପୂର୍ବ ଜୈନ୍ତିଆ ପର୍ବତର ଲୁମ୍ଥାରି କୋଇଲା ଖଣି ମଧ୍ୟକୁ ଶ୍ରମିକମାନେ ଯାଇଥିଲେ। ଖାଦାନରେ ପାଣି ଥିବାରୁ ଭିତରକୁ ପଶିବା ପରେ ସେମାନେ ଅବରୁଦ୍ଧ ହୋଇଯାଇଥିଲେ। ଏ ସମୟରେ ସେମାନଙ୍କର ବଞ୍ଚିବା ଆଶା କ୍ଷୀଣ ବୋଲି ପୁଲିସ କହୁଛି।
/sambad/media/post_attachments/wp-content/uploads/2018/12/coal-mine-1-300x230.jpg)
ଜଣେ ପୁଲିସ ଅଧିକାରୀ କହିଛନ୍ତି: ଆମେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛୁ। ମନେ ହେଉଛି ସେମାନେ କୋଇଲା ଥିବା ଖାଦାନ ମଧ୍ୟକୁ ପ୍ରବେଶ କରିଯାଇଛନ୍ତି। ଖାଦନରୁ ପମ୍ପ୍ ଯୋଗେ ପାଣି କଢ଼ା ଯାଉଛି।
ପୁଲିସ ଖଣି ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଥିଲେ ବି ତାଙ୍କର କୌଣସି ପତ୍ତା ମିଳି ନାହିଁ।
Follow Us