କେରଳରେ ୧୩ ଛାତ୍ର ନୋରୋଭାଇରସ୍‌ରେ ପୀଡ଼ିତ

Advertisment
କେରଳରେ ୧୩ ଛାତ୍ର ନୋରୋଭାଇରସ୍‌ରେ ପୀଡ଼ିତ

ତିରୁଅନନ୍ତପୁରମ୍‌ : ଉତ୍ତର କେରଳର ୱାୟନାଡ଼ରେ ଏକ ପ୍ରାଣୀ ଚିକିତ୍ସା କଲେଜ୍‌ର ୧୩ ଜଣ ଛାତ୍ର ବିରଳ ନୋରୋଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ୍‌ ଅତ୍ୟନ୍ତ ସଂକ୍ରାମକ ଏବଂ ଏହା ଦୂଷିତ ପାଣି ଏବଂ ଖାଦ୍ୟ ଦ୍ବାରା ବ୍ୟାପିଥାଏ। ଏହାର ପ୍ରମୁଖ ଲକ୍ଷଣ ହେଉଛି ଡାଇରିଆ, ବାନ୍ତି ଏବଂ ପେଟରେ ଯନ୍ତ୍ରଣା। ଭେଟେରିନାରି କ‌ଲେଜ କର୍ତ୍ତୃପକ୍ଷ କହିଛନ୍ତି, ୧୩ ଛାତ୍ରଙ୍କଠାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ‌୍ ଉକ୍ତ ଖବର ପାଇବାପରେ ୱାୟନାଡ଼ ଗସ୍ତ କରିଛନ୍ତି ଏବଂ ଏହି ସଂକ୍ରମଣ ରୋକିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାପାଇଁ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ ଏ‌ଦିଗରେ ଅଧିକ ସତର୍କ ରହିବାପାଇଁ କହିଛନ୍ତି। କରୋନା ମହାମାରୀ ମଧ୍ୟରେ ଏହି ନୋରୋଭାଇରସ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଲଗାତାର ୬ ମାସ ଧରି ଦେଶର ସର୍ବାଧିକ କୋଭିଡ୍‌ ସଂକ୍ରମଣ ମାମଲା କେରଳରେ ଚିହ୍ନଟ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe