୧୩ ସପ୍ତାହର ଝିଅ ସହ ପାଣିପାଗ ଖବର ଲାଇଭ୍ କଲେ ମା’, ଭିଡିଓ ହେଲା ଭାଇରାଲ୍

Advertisment
୧୩ ସପ୍ତାହର ଝିଅ ସହ ପାଣିପାଗ ଖବର ଲାଇଭ୍ କଲେ ମା’, ଭିଡିଓ ହେଲା ଭାଇରାଲ୍

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଭାବି ପାରନ୍ତି ଯେ ଘରୁ କାମ କରିବା ସୁଖଦାୟକ। ତେବେ ଅଳ୍ପ ବୟସର ଶିଶୁମାନଙ୍କର ପିତାମାତାଙ୍କ ଲାଗି  ଏହା ନିଶ୍ଟିତ ଭାବେ କଷ୍ଟଦାୟକ। ତେବେ ୱିସକନ୍ସିନ୍‌ର ପାଣିପାଗ ବିଜ୍ଞାନୀ ରେବିକା ସ୍କୁଲ୍ଡ ତାଙ୍କ ୧୩ ସପ୍ତାହ ବୟସର ଝିଅକୁ ଲାଇଭ୍ ସୋ'କୁ ଆଣିବା ପରେ ଦର୍ଶକମାନେ ଆନନ୍ଦିତ ହୋଇଯାଇ ଥିଲେ। ଏହି ମା’ ଓ ଶିଶୁଙ୍କ ସ୍ନେହପ୍ରଦ ଭିଡିଓଟି ଭାଇରାଲ ହୋଇଯାଇଛି।

ଖବର ଅନୁସାରେ, ପାଣିପାଗ ବିଜ୍ଞାନୀ ରେବିକା ସ୍କୁଲ୍ଡ ମାତୃତ୍ୱ ଛୁଟି ସରିବା ପରେ କାମ କରିବା ଆରମ୍ଭ କରିଥିଲେ ଓ କରୋନା ମହାମାରୀ ହେତୁ ସେ ତାଙ୍କ ଘରେ ଥିବା ଷ୍ଟୁଡିଓରୁ ଲାଇଭ୍ କରୁଥିଲେ। ତେବେ ପରିସ୍ଥିତିରେ ପଡି ସେ ତାଙ୍କ ଝିଅ ଫିଓନାକୁ ପ୍ରସାରଣକୁ ଆଣିବାକୁ ସ୍ଥିର କରିଥିଲେ, ଯାହାକି ପରେ ବ୍ୟାପକ ଦର୍ଶକ ସମର୍ଥନ ପାଇ ଭାଇରାଲ ହୋଇଯାଇଥିଲା |

publive-image

ସ୍ଵତନ୍ତ୍ର ପାଣିପାଗ ବୁଲେଟିନରେ, ସିବିଏସ୍ ନ୍ୟୁଜର ଏହି ସାମ୍ବାଦିକା ୧୩ ସପ୍ତାହର ଶିଶୁକୁ କୋଳରେ ଧରି ନ୍ୟୁଜ୍ ପଢିଥିଲେ ଯାହାକୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରେବିକାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି, ମୋର ପରବର୍ତ୍ତୀ ପାଣିପାଗ ଖବର ପ୍ରସାରଣ ହେବାର ଅଳ୍ପ କିଛି ମିନିଟ ବାକିଥିଲା ଏବଂ ମୋର ଝିୖଅ ଅଳ୍ପ ସମୟ ପୂର୍ବରୁ ହିଁ ନିଦରୁ ଉଠିଥିଲା। ମୋ କୋଳରେ ଝିଅକୁ ଦେଖି ଆମ ନିର୍ମାତା(ପ୍ରଡ୍ୟୁସର) ମୋତେ ପଚାରିଥିଲେ, ତୁମ ଝିଅ ପ୍ରସାରଣରେ ସାମିଲ ହୋଇ ପାରିବ କି ?ତା’ ପରେ ମୁଁ ସମ୍ମତି ଦେବା ପରେ ସେ ଝିଅକୁ ଧରି ନ୍ୟୁଜ ପଢ଼ିବା ଅନୁମତି ଦେଇଥିଲେ।

ଛୋଟ ଝିଅ ପ୍ରସାରଣରେ ସାମିଲ ହେବା ବିଷୟରେ ପୂର୍ବରୁ ଯୋଜନା ହୋଇ ନଥିଲା। ରେବିକା ନିଶ୍ଚିତ ଥିଲେ କି ଝିଅ ଫିଓନା ଲାଇଭ୍ ସମୟରେ ହଇରାଣ କରିବ ନାହଁ କାରଣ ସେ ଦୀର୍ଘ ସମୟ ଧରି ଶୋଇଥିଲା। ତେବେ ସେ ସାମାନ୍ୟ ଦୋଷୀ ଅନୁଭବ କରୁଛନ୍ତି କାରଣ ପାଣିପାଗ ଖବର ଦେଖାଇବାର ଏକ ଶୈଳୀ ଅଛି ଯାହାକୁ ସେ ଅନୁସରଣ କରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe