ଚେନ୍ନାଇରେ ଆଂଶିକ ବୁଡ଼ିଥିବା ପୋଲ ଉପରୁ ଦୁଇଚକିଆ ଯାନ ଖସି ଯିବାରୁ ନଈରେ ପଡ଼ି ୧୩ ବର୍ଷିୟ ବାଳକ ମୃତ

Advertisment
ଚେନ୍ନାଇରେ ଆଂଶିକ ବୁଡ଼ିଥିବା ପୋଲ ଉପରୁ ଦୁଇଚକିଆ ଯାନ ଖସି ଯିବାରୁ ନଈରେ ପଡ଼ି ୧୩ ବର୍ଷିୟ ବାଳକ ମୃତ

Image Courtesy of The Indian Express

ଚେନ୍ନାଇ: ଦୁଇ-ଚକିଆ ଯାନରେ ଚେନ୍ନାଇ ଅନ୍ତର୍ଗତ ମଦୁରାବୋୟାଲ୍‌ରେ ପ୍ରବାହିତ କୂବମ୍‌ ନଦୀରେ ଆଂଶିକ ବୁଡ଼ିରହିଥିବା ପୋଲ ପାରି ହେଉଥିବା ବେଳେ ରବିବାର ଅପରାହ୍ଣରେ ଜଣେ ୧୩ ବର୍ଷର ବାଳକ ଭାସିଯାଇଛନ୍ତି।

ମଦୁରାବୋୟାଲ୍‌ ପୁଲିସ କହିବା ଅନୁସାରେ, ଦିନ ପ୍ରାୟ ୧.୩୦ରେ ଭି. କୁମାରେସନ ନାମକ ସେ ବାଳକଟି ତା’ର ବାପାମାଆ ଓ ଭାଇ ସହ ଗୋଟାଏ ମୋପେଡ୍‌ରେ ବସି ନଦୀରେ ଆଂଶିକ ବୁଡ଼ି ରହିଥିବା ପୋଲ ପାରି ହେଉଥିଲେ। କୌଣସି କାରଣରୁ ମୋପେଡ୍‌ଟି ଖସି ଯିବାରୁ ଚରିଜଣଯାକ ନଈରେ ପଡ଼ିଯାଇଥିଲେ।

ଭି. କୁମାରେସନଙ୍କ ୫୩ ବର୍ଷିୟ ବାପା ଆର୍‌. ବେଣୁଗୋପାଳ, ୩୨ ବର୍ଷୀୟ ମାଆ ଭି. ଈଶ୍ବରୀ ଏବଂ ୧୦ ବର୍ଷୀୟ ଭାଇ ବିଘ୍ନେଶଙ୍କୁ ପୁଲିଆତୋପେବାସୀ ୩୨ ବର୍ଷିୟ ଏସ୍‌. ରବିକୁମାର ଓବିଲ୍ଲିବାକ୍କମ୍‌ବାସୀ ୪୧ ବର୍ଷିୟ ଏସ୍‌. ଚକ୍ରପାଣି ନାମକ ଦୁଇଜଣ ବାଟୋଇ ଉଦ୍ଧାର କରିଥିଲେ। କିନ୍ତୁ, ମୂକ ବାଳକ କୁମାରେସନର ସନ୍ଧାନ ମିଳି ନ ଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଆସି ଖୋଜା ଖୋଜି କରିବା ପରେ ମଧ୍ୟ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ କୁମାରେସନଙ୍କର ସନ୍ଧାନ ମିଳି ନ ଥିଲା।

publive-image Image Courtesy of India Today

ପାରିବାରିକ ଅନୁଷ୍ଠାନରେ ଯୋଗ ଦେବାକୁ ଉକ୍ତ ପରିବାର ଆୟନାମ୍ବକ୍କମ୍‌ ରୁ ଅଲ୍‌ୱାର୍‌ତିରୁନଗର୍‌ ଯାଉଥିଲେ। ପୁଲିସ କହୁଛି ଯେ, ନଈପାର ହେବାକୁ ସମ୍ଭବତଃ ସେମାନେ ପୋଲରେ ପୋତା ଯାଇଥିବା ବାଡ଼ା ଉଠାଇ ଦେଇଥିଲେ। କିନ୍ତୁ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ପୋଲରେ ବାଡ଼ା ନ ଥିଲା ଏବଂ ଯାନବାହନ ସବୁ ଅନାୟାସରେ ଯାତାୟାତ କରୁଥିଲେ।

ବଢ଼ି ଆସିଥିବାରୁ ଶୁକ୍ରବାର ଅପରାହ୍ଣରୁ କୂବମ୍‌ ନଦୀର ସେ ପୋଲଟି ଆଂଶିକ ବୁଡ଼ି ଯାଇଛି। ପ୍ରବଳ ବର୍ଷା ହେତୁ ତିରୁବଲ୍ଲୁର ଜିଲ୍ଲାରେ ଥିବା ପୂଣ୍ଡି ରିଜଭୟର୍‌ରୁ ପାଣି ଛଡ଼ାଯିବାରୁ କୂବମ୍‌ ନଦୀରେ ବଢ଼ି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe