ବିନା ଦୋଷରେ ୧୩ ବର୍ଷ ଜେଲ୍‌ରେ

Advertisment

ଆଦିବାସୀ ଯୁବକ ନିର୍ଦ୍ଦୋଷରେ ଖଲାସ, ୪୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ

ଆଦିବାସୀ ଯୁବକ ନିର୍ଦ୍ଦୋଷରେ ଖଲାସ, ୪୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ

ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ଜବଲପୁର : ବିନା ଦୋଷରେ ଦୀର୍ଘ ୧୩ ବର୍ଷ କାରାଦଣ୍ଡ ଭୋଗିବା ପରେ ଜଣେ ଆଦିବାସୀ ଯୁବକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୮ ମସିହାରେ ନିଜ ପ୍ରେମିକାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ହୋଇ ସେ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ଚନ୍ଦ୍ରେଶ ମାର୍ସକୋଲ ନାମକ ଏହି ଯୁବକ ଗିରଫ ହେବା ସମୟରେ ସେ ଭୋପାଳସ୍ଥିତ ଗାନ୍ଧି ମେଡିକାଲ କଲେଜର ଶେଷ ବର୍ଷ ଛାତ୍ର ଥିଲେ। ପ୍ରେମିକାଙ୍କୁ ମାରି ପୋତି ଦେବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ‌ହୋଇଥିଲା। ୨୦୦୯ରେ ତଳ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। ମାତ୍ର ସେ ହାର ନ ମାନି ହାଇକୋର୍ଟରେ ଆବେଦନ କରିଥିଲେ। ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ପାଇଁ ସେ ଦଣ୍ଡ ପାଇଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଯୁବକଙ୍କୁ ୪୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଆସନ୍ତା ୯୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe