Image Source: Zee News
ହାଇଦ୍ରାବାଦ: ବୁଧବାର ଦିନ ସରୁଙ୍ଗନଗର ଇଣ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ‘ବିଜୟ ସଙ୍କଳ୍ପ ଶିବିରମ୍ର ସାର୍ବଜନିକ ଉତ୍ସବ’ରେ ଭାଷଣ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଦେଶରେ ଥିବା ୧୩୦ କୋଟି ଜନତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହିନ୍ଦୁ ସମାଜ ଭାବେ ବିଚାର କରେ।
ସେ କହିଲେ ଏହି ତିନୋଟି ବୈଶିଷ୍ଟ୍ୟରୁ ଜଣେ ବ୍ୟକ୍ତି ହିନ୍ଦୁ ବୋଲି ଜଣାପଡ଼େ- ଯେଉଁ ବ୍ୟକ୍ତି ‘ଭାରତ’କୁ ତାଙ୍କର ମାତୃଭୂମି ବୋଲି ବିବେଚନା କରନ୍ତି, ତା’ର ପୂଜା କରନ୍ତି ଏବଂ ତା’ର ମାଟି ଓ ପାଣିକୁ ପ୍ରେମ କରନ୍ତି।
ସେ ବ୍ୟକ୍ତି ଯେଉଁ ଧର୍ମର ହୁଅନ୍ତୁ, ଯେଉଁ ଭାଷା କୁହନ୍ତୁ, ଯେଉଁ ଉପାୟରେ ପ୍ରାର୍ଥନା କରନ୍ତୁ, କିଂବା ପ୍ରାର୍ଥନା ନ କରନ୍ତୁ, କିଛି ଯାଏଆସେ ନାହିଁ। ‘ଭାରତ’ର ଏଭଳି ସନ୍ତାନ ହେଉଛି ଜଣେ ହିନ୍ଦୁ।
 Image Source: The Hinduସେ ପୁଣି କହିଲେ, ସଂଘ ଦୃଷ୍ଟିରେ ଭାରତର ୧୩୦ କୋଟି ଜନତା ହେଉଛି ଏକ ହିନ୍ଦୁ ସମାଜ। ‘ଆର୍ଏସ୍ଏସ୍’ ସମସ୍ତଙ୍କୁ ନିଜର ବୋଲି ଭାବେ ଏବଂ ସମସ୍ତଙ୍କର ଉନ୍ନତି ଚାହେଁ। ସଂଘ ସମସ୍ତଙ୍କୁ ଏକ ବୋଲି ବିଚାର କରେ।
ଭାରତର ପାରମ୍ପରିକ ଭାବନା ହେଉଛି ସମସ୍ତେ ଏକାଠି ଆଗେଇବା। ‘ଆର୍ଏସ୍ଏସ୍’ ସର୍ବଦା ଦେଶର ମଙ୍ଗଳ ପାଇଁ କାମ କରିଛି। କେବଳ ରାଜନୀତି ଦ୍ୱାରା ଦେଶ ବଦଳିବ ନାହିଁ, ଦେଶବାସୀଙ୍କୁ ପରିବର୍ତ୍ତନ ଆଣିବାକୁ ପଡ଼ିବ।
  
 Follow Us