୧୩୦୦ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି: ସିସୋଦିଆ ଓ  ଜୈନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି

Advertisment

୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍‌ ନେତା ମନିଷ ସିସୋଦିଆ ଏବଂ ସ‌ତୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି।

୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍‌ ନେତା ମନିଷ ସିସୋଦିଆ ଏବଂ ସ‌ତୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି।

୭ ଦିନିଆ ଇଡି ହାଜତରେ ସିସୋଦିଆ, ୨୧ରେ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ୧୩ଶହ କୋଟି ଟଙ୍କାର ଶ୍ରେଣୀକକ୍ଷ ଦୁର୍ନୀତି ମାମଲାରେ ଆପ୍‌ ନେତା ମନିଷ ସିସୋଦିଆ ଏବଂ ସ‌ତୈନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅନୁମତି ପ୍ରଦାନ କରିଛନ୍ତି। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ, ୨୦୧୫ରେ ଦିଲ୍ଲୀର ୧୯୪ ସରକାରୀ ସ୍କୁଲରେ ପ୍ରାୟ ୯ହଜାର କ୍ଲାସ୍‌ରୁମ ଓ ଶୌଚାଳୟ ଆଦି ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଥିଲା। ୧୫ ଅଗଷ୍ଟ ୨୦୧୯ରେ ଏହି ସମସ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ ହୋଇଥିଲା।

ଅଭିଯୋଗ ଭିତ୍ତିରେ ତଦନ୍ତ କରି ୧୭ ଫେବ୍ରୁଆରି ୨୦୨୦ରେ କେନ୍ଦ୍ରୀୟ ଭିଜିଲାନ୍‌ସ କମିସନ ରିପୋର୍ଟ ଦାଖଲ କରିଥିଲେ।  କୌଣସି ଟେଣ୍ଡର ନଡାକିବା ଓ ଅଧିକ ଦାମର ସାମଗ୍ରୀ  ବ୍ୟବହାର ହୋଇଥିବା ଦର୍ଶାଇ ନିର୍ମାଣ ବ୍ୟୟକୁ ବୃଦ୍ଧି କରିବା ଆଦି ଦ୍ବାରା କୋଟିକୋଟି ଟଙ୍କା ହଡ଼ପ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।   ୧୯୩ଟି ସ୍କୁଲରେ ୨୪୦୫ଟି ଶ୍ରେଣୀଗୃହର ଆବଶ୍ୟକତା ଥିଲା, କିନ୍ତୁ ୭୧୮୦ ଟି ଶ୍ରେଣୀଗୃହ ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଥିଲା।   ୨୦୨୪ ଅଗଷ୍ଟରେ ଏହା ଉପରେ ତଦନ୍ତ କରିବାକୁ ଉପରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ସଚିବଙ୍କ ରିପୋର୍ଟ ଭିତ୍ତିରେ ଏନେଇ ମାମଲା ରୁଜୁ କରିବାକୁ ଉପରାଜ୍ୟପାଳ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଲୋଡ଼ିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe