ପାକିସ୍ତାନରେ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ମିଳିଲା

Advertisment
ପାକିସ୍ତାନରେ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ମିଳିଲା

Zee News

ପେଶାୱାର : ପାକିସ୍ତାନରୁ ୧୩୦୦ ବର୍ଷ ତଳର ଏକ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି। ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତ୍‌ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଇଟାଲୀୟ ଏବଂ ପାକିସ୍ତାନୀ ପ୍ରତ୍ନତତ୍ତ୍ବବୀତ୍‌ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର ଠାବ କରିଛନ୍ତି। ଏଠାରେ ପ୍ରତ୍ନତାତ୍ତ୍ବିକ ଖନନ ଚାଲିଥିବାବେଳେ ଏହି ହିନ୍ଦୁ ମନ୍ଦିରର ସନ୍ଧାନ ମିଳିଥିବା ଜଣାପଡ଼ିଛି।

ପାକିସ୍ତାନର ବରିଷ୍ଠ ପ୍ରତ୍ନତତ୍ତ୍ବ ଅଧିକାରୀ ଫାଜଲ ଖଲିକ୍‌ଙ୍କ କହିବା ଅନୁସାରେ, ଏହା ଏକ ବିଷ୍ଣୁ ମନ୍ଦିର ଥିଲା। ୧୩୦୦ ବର୍ଷ ତଳେ ହିନ୍ଦୁ ଶାସକଙ୍କ ଦ୍ବାରା ଏହି ବିଷ୍ଣୁ ମନ୍ଦିର ନିର୍ମିତ ହୋଇଥିଲା ବୋଲି ଫାଜଲ୍‌ କହିଛନ୍ତି। ୮୫୦ରୁ ୧୦୨୬ ଖ୍ରୀଷ୍ଟାବ୍ଦ ମଧ୍ୟରେ କାବୁଲ୍‌ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧାର (ବର୍ତ୍ତମାନର ପାକିସ୍ତାନ) ଏବଂ ଉତ୍ତର-ପଶ୍ଚିମ ଭାରତରେ ଶାସନ କରୁଥିବା ହିନ୍ଦୁ ଶାସକ କିମ୍ବା କାବୁଲ୍‌ ଶାସକଙ୍କ ଦ୍ବାରା ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରତ୍ନତାତ୍ତ୍ବିକ ଖନନ ବେଳେ ମନ୍ଦିର ସଂଲଗ୍ନ ଅଞ୍ଚଳରେ କ୍ୟାଣ୍ଟନମେଣ୍ଟ ଏବଂ ଏକ ୱାଚ୍‌ ଟାୱାରର ଅବଶେଷ ମଧ୍ୟ ମିଳିଛି। ଏହା ସହିତ ମନ୍ଦିର ନିକଟରେ ଏକ ବିଶାଳ ପୁଷ୍କରିଣୀର ସନ୍ଧାନ ମିଳିଛି।

୧୩୦୦ ବର୍ଷ ତଳେ ଏଠାରେ ‘ହିନ୍ଦୁ ଶାହି ଶାସନ’ ଚାଲିଥିଲା ଏବଂ ହିନ୍ଦୁ ଶାସକ ଏହି ମନ୍ଦିର ନିର୍ମାଣ କରିଛନ୍ତି ବୋଲି ପ୍ରତ୍ନତତ୍ତ୍ବ ଅଧିକାରୀ ଫାଜଲ୍‌ କହିଛନ୍ତି। ଅପରପକ୍ଷେ, ସ୍ବାତ୍‌ ଜିଲ୍ଲାରୁ ମିଳିଥିବା ଏହି ମନ୍ଦିରଟି ଗାନ୍ଧାର ସଭ୍ୟତାର ସବୁଠୁ ପ୍ରାଚୀନ ମନ୍ଦିର ବୋଲି ଇଟାଲୀୟ ପ୍ରତ୍ନତତ୍ତ୍ବବୀତ୍‌ ଡ. ଲୁକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe