ଦୈନିକ ସଂକ୍ରମଣ ୧୩ ହଜାର ଟପିଲା

Advertisment
ଦୈନିକ ସଂକ୍ରମଣ ୧୩ ହଜାର ଟପିଲା

India Today

ନୂଆଦିଲ୍ଲୀ: ଦେଶରେ ଆଜି ୧୩,୨୧୬ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୮୩,୭୯୩ରେ ପହଞ୍ଚିଛି। ୧୧୩ ଦିନରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ କ‌ରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୮୪୦ରେ ପହଞ୍ଚିଛି ଏବଂ ସକ୍ରିୟ ମାମଲା ଏବେ ୬୮,୧୦୮ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୧୬ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୬୩ ପ୍ରତିଶତ ଥିବା ବେଳେ ଦୈନିକ ପଜିଟିଭ୍‌ ହାର ୨.୭୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୨.୪୭ ପ୍ରତିଶତ ରହିଛି। ମୋଟ୍‌ ଟିକାକରଣ ୧୯୬ କୋଟି ଟପିଯାଇଛି। ମହାରାଷ୍ଟ୍ରରେ ଆଜି ୩,୮୮୩ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୨୨,୮୨୮ରେ ପହଞ୍ଚିଛି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରୁ କରୋନା ନମୁନାର ଜିନୋମ ସିକ୍ବେନ୍ସିଂ ବୃଦ୍ଧି କରାଯାଇଛି। ଗତ ୭ ଦିନ ମଧ୍ୟରେ ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ବଢ଼ିଛି ସେଠାରୁ ଅଧିକ ସଂଖ୍ୟାରେ ନମୁନାର ଜିନୋମ ସିକ୍ବେନ୍ସ କରିବାପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe