ବିଗତ ୪ ବର୍ଷ ମଧ୍ୟରେ ଭାରତୀୟ ସେନା ଉପରେ ହୋଇଛି ୧୩୧ଟି ଆତଙ୍କବାଦୀ ହାମ୍‌ଲା

India Times

ନୂଆଦିଲ୍ଲୀ: ବିଗତ ୪ ବର୍ଷ ମଧ୍ୟରେ ଭାରତୀୟ ସେନା ଉପରେ ୧୩୧ଟି ଆତଙ୍କବାଦୀ ହାମ୍‌ଲା ହୋଇଛି। ଏହି ସମସ୍ତ ଆତଙ୍କବାଦୀ ହାମ୍‌ଲା ଜମ୍ମୁ- କଶ୍ମୀରରେ ଥିବା ସେନା ଶିବିର, ଜମ୍ମୁ- କଶ୍ମୀର ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ମୁତୟନ ଥିବା ସେନା ଯବାନଙ୍କ ଉପରେ ହୋଇଛି ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସଂସଦର ଲୋକସଭାରେ ସୂଚନା ଦିଆ ଯାଇଛି।

publive-imageପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଲୋକସଭାକୁ ଦିଆ ଯାଇଥିବା ସୂଚନାରେ କୁହାଯାଇଛି ଯେ ୨୦୧୬ରେ ୧୫ଟି ଆତଙ୍କବାଦୀ ହାମ୍‌ଲା ହୋଇଥିବା ବେଳେ ୨୦୧୭ରେ ୩୩ ଟି ଆତଙ୍କବାଦୀ ହାମ୍‌ଲା ହୋଇଥିଲା। ସେହିପରି ୨୦୧୮ରେ ଭାରତୀୟ ସେନା ଯବାନଙ୍କ ଉପରେ ୬୫ଟି ଆତଙ୍କବାଦୀ ହାମଲା ହୋଇଥିବା ବେଳେ ଚଳିତ ୨୦୧୯ ଜୁଲାଇ ମାସ ସୁଦ୍ଧା ୧୮ଟି ଆତଙ୍କବାଦୀ ହାମ୍‌ଲା ହୋଇ ସାରିଥିବା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି। ତେବେ, ବିଗତ ୩ ବର୍ଷ ମଧ୍ୟରେ ଭାରତୀୟ ନୌସେନାର କୌଣସି ଯୁଦ୍ଧ ଜାହାଜ ଉପରେ ଆତଙ୍କବାଦୀ ହାମ୍‌ଲା ହୋଇ ନଥିବା ଏହି ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ନାଏକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe