ବେଆଇନ ଆମେରିକା ଯାତ୍ରାବେଳେ ତୁର୍କୀରେ ୧୩୬ ଗୁଜରାଟୀ ନିଖୋଜ ଆଶଙ୍କା

ବେଆଇନ ଆମେରିକା ଯାତ୍ରାବେଳେ ତୁର୍କୀରେ ୧୩୬ ଗୁଜରାଟୀ ନିଖୋଜ ଆଶଙ୍କା

Times of India

ଅହମଦାବାଦ : ବେଆଇନଭାବେ ଗୁଜରାଟରୁ ଆମେରିକା ଯାଇଥିବା ୧୩୬ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ମାନବ ଚୋରା ଚାଲାଣ ରୢାକେଟ୍‌ର ତଦନ୍ତ କରୁଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଗୁଜରାଟର କାଲୋଲ ତାଲୁକରୁ ଗତ ଜାନୁଆରିରେ ତୁର୍କୀ ଯାଇଥିବା ଦୁଇ ଦମ୍ପତି ଓ ସେମାନଙ୍କର ଦୁଇ ଶିଶୁ - ୬ ଜଣ ନିଖୋଜ ହୋଇଯିବା ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୪୦ଟି ପରିବାରର ୧୩୦ ସଦସ୍ୟ ସମଦଶାର ଶିକାର ହୋଇଛନ୍ତି। ସେମାନେ ଗାନ୍ଧୀନଗର, ମେହସାନା ଓ ଅହମଦାବାଦ ଜିଲ୍ଲାରୁ ଯାଇଥିଲେ। କିନ୍ତୁ ସେମାନେ ଆମେରିକାରେ ପହଞ୍ଚିବା ପୂର୍ବରୁ ତୁର୍କୀରେ ସେମାନଙ୍କୁ ମାଫିଆମାନଙ୍କ ଦ୍ବାରା ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe