ଅଯୋଧ୍ୟା ରାମ ମନ୍ଦିର ପୂଜକଙ୍କ ସମେତ ୧୪ ପୁଲିସ କରୋନା ପଜିଟିଭ

Advertisment
ଅଯୋଧ୍ୟା ରାମ ମନ୍ଦିର ପୂଜକଙ୍କ ସମେତ ୧୪ ପୁଲିସ କରୋନା ପଜିଟିଭ

image source-long island press

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପୂଜକଙ୍କ ସମେତ ରାମ ଜନ୍ମଭୂମି କମ୍ପ୍ଲେକ୍ସ ସୁରକ୍ଷା ଡ୍ୟୁଟିରେ ଥିବା ୧୪ ପୁଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ଅଯୋଧ୍ୟାର ରାମ ଜନ୍ମଭୂମି କମ୍ପ୍ଲେକ୍ସରେ କର୍ତ୍ତବ୍ୟରତ ପୁଲିସ ଏବଂ ପୂଜକମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ୧୪ ଜଣ ପୁଲିସଙ୍କର କରୋନା ପଜିଟିଭ ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସନ୍ତା ଅଗଷ୍ଟ ୫ରେ ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।

ସେହିଭଳି ରାମ ଜନ୍ମଭୂମି କମ୍ପ୍ଲେକ୍ସ ସହକାରୀ ମୁଖ୍ୟ ପୂଜକ ପ୍ରଦୀପ ଦାସଙ୍କର କରୋନା ପଜିଟିଭ ବାହାରିଥିବା ବେଳେ ଅନ୍ୟ ୧୨ ପୂଜକଙ୍କର ରିପୋର୍ଟ ନେଗେଟିଭ ଆସିଛି। ଗତ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଜନ୍ମଭୂମି କମ୍ପ୍ଲେକ୍ସ ପରିଦର୍ଶନ କରି ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଅପରପକ୍ଷେ, କରୋନା ପିଜିଟିଭ ଆସିଥିବା ପୂଜକ ପ୍ରଦୀପ ଦାସଙ୍କୁ ଗତ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଏକ ପୂଜା କାର୍ଯ୍ୟରେ ଉପସ୍ଥିତ ଥିବାବେଳର ଫଟୋ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe