ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

photo-samachar4media

ପାଟନା: ବିହାର ସମସ୍ତିପୁରର ସାମ୍ବାଦିକ ବିକାଶ ରଞ୍ଜନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୪ଜଣ ଅଭିଯୁକ୍ତଙ୍କୁ ରୋଷଡା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ନଭେମ୍ବର ୨୦୦୮ ରେ ସାମ୍ବାଦିକ ବିକାଶ ରଂଜନ ଘରକୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗରେ କୋର୍ଟ ସମସ୍ତ ୧୪ ଅଭିଯୁକ୍ତ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦଣ୍ଡାଦେଶ ପୂର୍ବରୁ ମଧ୍ୟ କୋର୍ଟ ପରିସରରେ ସୁରକ୍ଷା କଡାକଡି କରାଯାଇଥିଲା।

ଯେଉଁମାନେ ଦଣ୍ଡିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଏଲଜେପି ବ୍ଲକ ସଭାପତି ସ୍ଵୟମ୍ବର ଯାଦବ, ବାବୁ ସିଂ, କୃଷ୍ଣ କୁମାର ଯାଦବ ପ୍ରମୁଖ ଅଛନ୍ତି | ସୂଚନା ଥାଉ କି ୨୦୦୮ ନଭେମ୍ବର ମାସରେ ସାମ୍ବାଦିକ ବିକାଶ ରଞ୍ଜନ ଘରକୁ ଫେରିବା ପାଇଁ ଅଫିସ ତଳେ ଛିଡା ହୋଇଥିବାବେଳେ ଦୃବୁର୍ତ୍ତମାନେ ଆସି ତାଙ୍କୁ ଗୁଳିମାଡ କରିଥିଲେ |

ଆଉ ବିକାଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା | ଆଉ ଏଥିରେ ଲୋକଜନଶକ୍ତି ପାର୍ଟିର ଜଣେ ନେତା ହିଁ ମାଷ୍ଟରମାଇଣ୍ଡ ହୋଇଥିବାର ଜାଣିବାକୁ ପାଇଥିଲା | ତାଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ୧୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe