ବେଙ୍ଗାଲୁରୁ, ସିଲଂ: କର୍ଣ୍ଣାଟକ ଏବଂ ମେଘାଳୟରେ ୨ଟି ପୃଥକ୍ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ଡିନାମାଇଟ୍ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଘାଳୟରେ ଏକ ପରିତ୍ୟକ୍ତ କୋଇଲା ଖଣିରେ ୬ ଜଣ ଶ୍ରମିକ ଏକ ଗଭୀର ଖାଲକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକର ଶିମୋଗାରେ ଗତକାଲି ରାତିରେ ବଡ଼ ଧରଣର ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକ ରେଳ ଧାରଣା କଡ଼ରେ ଗତକାଲି ଏହି ବିସ୍ଫୋରଣ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ମେଘାଳୟରେ ଏକ କୋଇଲା ଖଣିରେ ୬ ଜଣ ଶ୍ରମିକ ୧୫୦ ଫୁଟ୍ ଗଭୀର ଖାଇରେ ଖସି ପଡ଼ି ପ୍ରାଣ ହାରିଛନ୍ତି। ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି। ଏହି ଶ୍ରମିକମାନେ ଆସାମ୍ କରିମଗଂଜ ଜିଲ୍ଲାର ଜଲାଲାବାଦ୍ର।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/f5h456sf4h56fsh456f4fshfshhfs.jpg)