ବ୍ୟାଘ୍ର ସଂରକ୍ଷଣ ପାଇଁ ଭାରତର ୧୪ଟି ବ୍ୟାଘ୍ର ଅଭୟାରଣ୍ୟ ପାଇଲା ବୈଶ୍ବିକ ସ୍ବୀକୃତି

Advertisment
ବ୍ୟାଘ୍ର ସଂରକ୍ଷଣ ପାଇଁ ଭାରତର ୧୪ଟି ବ୍ୟାଘ୍ର ଅଭୟାରଣ୍ୟ ପାଇଲା ବୈଶ୍ବିକ ସ୍ବୀକୃତି

Image Courtesy of Gaon Connection

ନୂଆଦିଲ୍ଲୀ: ବ୍ୟାଘ୍ର ସଂରକ୍ଷଣ ପାଇଁ ଭାରତର ୧୪ଟି ବ୍ୟାଘ୍ର ଅଭୟାରଣ୍ୟ ବୈଶ୍ବିକ ସ୍ବୀକୃତି ପାଇଥିବା କଥା ଗତକାଲି ‘ବୈଶ୍ବିକ ବ୍ୟାଘ୍ର ଦିବସ’ ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ କହିଛି। ବିଶ୍ବବ୍ୟାପୀ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ‘ଉତ୍ତମ ନୀତି’ ଓ ‘ମାନକ’ ନିମନ୍ତେ ଆନ୍ତର୍ଜାତିକ ସ୍ବୀକୃତି ପ୍ରଦାନ କରୁଥିବା ‘କଞ୍ଜର୍‌ଭେସନ୍‌ ଆସିଓରଡ୍‌ ଟାଇଗର୍‌ ଷ୍ଟାଣ୍ଡାର୍ଡ’ (ସିଏ।ଟିଏସ୍) ଏହି ୧୪ଟି ବ୍ୟାଘ୍ର ଅଭୟାରଣ୍ୟକୁ ସ୍ବୀକୃତି ଦେଇଛି।

ଏହି ୧୪ଟି ବ୍ୟାଘ୍ର ଅଭୟାରଣ୍ୟ ହେଉଛି, ଆସାମର ମାନସ, କାଜିରଙ୍ଗା ଓ ଓରାଙ୍ଗ୍‌, ପଶ୍ଚିମବଙ୍ଗର ସୁନ୍ଦରବନ, ବିହାରର ବାଲ୍ମିକୀ, ଉତ୍ତର ପ୍ରଦେଶର ଦୁଧୱା, ମଧ୍ୟପ୍ରଦେଶଣ ପନ୍ନା ଓ କାହ୍ନା ଏବଂ ସାତପୁଡ଼ା, ମହାରାଷ୍ଟ୍ରର ପେଞ୍ଚ, ତାମିଲନାଡୁର ଆନାମଲାଇ ଏବଂ ମୁଡୁମଲାଇ, କେରଳର ପରମ୍ବିକୁଲମ୍ ଏବଂ କର୍ଣ୍ଣାଟକର ବନ୍ଦୀପୁର।

publive-image Image Courtesy of Gaon Connection

ସେହିପରି, ବ୍ୟାଘ୍ର ଗବେଷଣା ନିମନ୍ତେ ଆସାମ ଏବଂ ମଧ୍ୟ ପ୍ରଦେଶର ତିନୋଟି ଲେଖାଏଁ ବ୍ୟାଘ୍ର ଅଭୟାରଣ୍ୟକୁ ଉତ୍ତମ ପାରଦର୍ଶିତା ସ୍ବୀକୃତି ମିଳିଛି। ସୂଚନାଯୋଗ୍ୟ, ସମଗ୍ର ଦେଶର ୧୮ଟି ରାଜ୍ୟରେ ସମୁଦାୟ ୫୧ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe