ଜମ୍ମୁ ଓ କଶ୍ମୀରରେ ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷିୟ ବାଳକ

Advertisment
ଜମ୍ମୁ ଓ କଶ୍ମୀରରେ ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷିୟ ବାଳକ

ଶ୍ରୀନଗର: ରବିବାର ଦିନ ଶ୍ରୀନଗର ସହର ଉପକଣ୍ଠ ମୁଜଗୁଣ୍ଡ ଠାରେ ଦୀର୍ଘ ୧୮ ଘଣ୍ଟା ବ୍ୟାପୀ ଚାଲିଥିବା ଗୁଳିବିନିମୟ ଯୋଗୁଁ ନିହତ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଅଛି ଜଣେ ୧୪ ବର୍ଷିୟ ବାଳକ।

ନିହତ ଆତଙ୍କବାଦୀମାନେ ହେଲେ ମୁଦାସିର୍‌ ରଶିଦ ପାରାୟେ, ସକିବ୍‌ ମୁସ୍ତାକ୍‌ ଏବଂ ଅଲି ଭାଇ ନାମକ ଜଣେ ପାକିସ୍ତାନୀ। ଏଥିରେ ଆହତ ହୋଇଥିବା ନିରାପତ୍ତା କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ସେନା ଯବାନ, ଦୁଇ ଜଣ ପୁଲିସ ଏବଂ ଜଣେ ସିଆର୍‌ପିଏଫ୍‌ କର୍ମଚାରୀ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲଅଛି।

ନିହତ ଆତଙ୍କବାଦୀମାନଙ୍କ ମଧ୍ୟରେ ଥିବା ମୁଦାସିର୍‌ ହେଉଛି ଜଣେ ୯ମ ଶ୍ରେଣୀର ଛାତ୍ର। ସେ ଅଗଷ୍ଟ ୨୯ ତାରିଖ ଦିନ ବିଲାଲ୍‌ ଅହମଦ୍‌ ନାମକ ସ୍କୁଲ୍‌ର ଜଣେ ବରିଷ୍ଠ ଛାତ୍ର ଙ୍କ ସହ ତା’ ଘର ବନ୍ଦିପୋରାର ହାଜିନ୍‌ ସହରରୁ ନିରୁଦ୍ଦେଶ ହୋଇଯାଇଥିଲା।

publive-image

ତା’ର ମାଆ ଫରୀଦ ବେଗମ କହନ୍ତି, ସେ ସ୍କୁଲ୍‌କୁ ଯାଉଛି ବୋଲି ଘର ଛାଡ଼ିବା ପୂର୍ବରୁ ମୁଦାସିର୍‌ ସେମାନଙ୍କୁ କହିଥିଲା, କିନ୍ତୁ ଫେରିଲା ନାହିଁ। ଘରଲୋକେ ଥାନାରେ ନିରୁଦ୍ଦେଶ ରିପୋର୍ଟ ଫାଇଲ୍‌ କରି ତାକୁ ଖୋଜାଖୋଜି କଲେ ବି ଆଗାମୀ କିଛି ମାସ ପାଇଁ ତାକୁ ପାଇଲେ ନାହିଁ। କିନ୍ତୁ, ନଭେମ୍ବର ୨୯ ତାରିଖ ଦିନ ମୁଦାସିର ଗୋଟାଏ ଏକେ-୪୭ ଏବଂ ଗୋଟାଏ ଭୁଜାଲି ଧରି ଥିବା ତା’ର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଘରଲୋକେ ସେ ବଞ୍ଚିଛି ବୋଲି ଜାଣିଥିଲେ।

ଫରୀଦା ମଧ୍ୟ ସାମାଜିକ ଗଣମାଧ୍ୟମରେ ପୁଅକୁ ଗୁହାରି କରିଥିଲେ କି, ଆତଙ୍କବାଦ ପଥ ତ୍ୟାଗ କରି ଘରକୁ ଫେରିଆ। ସେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ କହିଥିଲେ କି, ତା’ର ବାପା ଜଣେ ଅସୁସ୍ଥ ମଣିଷ, ଘର ଚଳାଇବାକୁ ଅସମର୍ଥ ହୋଇଥିବାରୁ ପୁଅକୁ ନିରାପଦରେ ଫେରାଇ ଦିଅ। ଫରୀଦାଙ୍କର ଆଉ ଦୁଇଟି ପିଲା ଅଛନ୍ତି। ସେଥିରୁ ଗୋଟିଏ ଝିଅ ଏବଂ ଅନ୍ୟଟି ବଧିର ପୁଅ।

ପୁଲିସ କହିବା ଅନୁସାରେ, ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ପୂର୍ବରୁ ମୁଦାସିରର କୌଣସି ଅପରାଧିକ ରେକର୍ଡ ନ ଥିଲା। ଅବଶ୍ୟ ସେ ପଥର ଫିଙ୍ଗୁଥିବା ଲୋକମାନଙ୍କ ସହ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe