ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ ସଂଘର୍ଷ: ପୁଲିସ ଗୁଳିରେ ୧୪ ବର୍ଷିୟ ବାଳକ ସମେତ ତିନି ଆହତ

Advertisment
ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ ସଂଘର୍ଷ: ପୁଲିସ ଗୁଳିରେ ୧୪ ବର୍ଷିୟ ବାଳକ ସମେତ ତିନି ଆହତ

Image Source: Zee News

କୋଲକାତା: ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ପଞ୍ଚସାୟାର୍‌ ଠାରେ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ବେଳେ ପୁଲିସ ଗୁଳି ଚଳାଇବାରୁ ଜଣେ ୧୪ ବର୍ଷିୟ ବାଳକଙ୍କ ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟସ୍ଥ ବାଙ୍କୁରା ମେଡିକାଲ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ବାଙ୍କୁରା ଠାରେ ଚାଲିଥିବା ତୃଣମୂଳ କଂଗ୍ରେସର ସାଂସଦ ଶୁଭେନ୍ଦୁ ଅଧିକାରୀଙ୍କ ସାଧାରଣ ସଭାରେ ଗୈରିକ ଦଳର କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବାରୁ ଉଭୟ ଦଳର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା।

publive-image Rep Image Source: The Hindu

ଦଳୀୟ କର୍ମୀଙ୍କ ଉପରକୁ ପୁଲିସ ଗୁଳି ଚଳାଇଥିଲା ବୋଲି ବିଜେପିର ବାଙ୍କୁରା ସାଂସଦ ସୁଭାଷ ସର୍କାର ଅଭିଯୋଗ କରିଛନ୍ତି।

ବାଙ୍କୁରା ମେଡିକାଲ୍‌ କଲେଜରେ ଚିକିତ୍ସାଧୀନ ଆହତ ବ୍ୟକ୍ତିଙ୍କୁ ଭେଟିବା ପରେ ସେ କହିଛନ୍ତି: ତିନିଜଣଯାକ ଗୁଳି ଚୋଟରେ ଆହତ ହୋଇଛନ୍ତି। ପୁଲିସ କହୁଛି ସେମାନେ ରବର ଗଳି ଚଳାଇଥିଲେ। କିନ୍ତୁ ସେକଥା ମିଛ।

ନିକଟ ଅତୀତରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଗୁଡ଼ାଏ ରାଜନୈତିକ ସଂଘର୍ଷର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe