ହିସାର: ହରିୟାଣାର ସତ୍ଲୋକ ଆଶ୍ରମର ମୁଖ୍ୟ ତଥା ଆତ୍ମଘୋଷିତ ଧର୍ମଗୁରୁ ସନ୍ଥ ରାମପାଲଙ୍କୁ ଆଜି ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ପାଇଁ ଗୁରୁବାର ସେଣ୍ଟ୍ରାଲ୍ ଜେଲ୍ରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଇଥିଲା ଏବଂ ବିଚାରପତି ଡି ଆର ଚାଲିୟା ମାମଲାର ଶୁଣାଣି କରିଥିଲେ। ରାମପାଲଙ୍କ ବିେରାଧରେ ଦଣ୍ଡବିଧାନ ପରେ କରାଯିବ। ୨୦୧୪ରେ ପୁଲିସ ରାମପାଲଙ୍କୁ ସତ୍ଲୋକ ଆଶ୍ରମରୁ ବିଦା କରିବା ପାଇଁ ଅଭିଯାନ ଚଳାଇଥିଲା। କିନ୍ତୁ ତାଙ୍କ ମସର୍ଥକ ଏହାର ବିରୋଧ କରିଥିଲେ। ଫଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ଏବଂ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଜିର ଶୁଣାଣି ପରେ ହିସାରରେ ଧାରା ୧୪୪ ଲାଗୁ କରାଯାଇଛି।
ହତ୍ୟା ମାମଲାରେ ରାମପାଲ ଦୋଷୀ, ହିସାରରେ ୧୪୪ ଧାରା ଲାଗୁ
Advertisment
Follow Us