କୋଲକାତା: ଭୋଟ ଗ୍ରହଣ ପୂର୍ବରୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ନନ୍ଦିଗ୍ରାମରେ ୧୪୪ଧାରା ଲାଗିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟରମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ ଯେ, ପଶ୍ଚିମ ମେଦିନପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛି । ଦିଦିଙ୍କ ଏଭଳି ଅଭିଯୋଗ ପରେ ନିର୍ବାଚନ କମିସନ ୧୪୪ଧାରା ଲାଗୁ କରିଥିବା ଜଣାପଡ଼ିଛି।
Outlook Indiaଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଜୟପ୍ରକାଶ ମଜମୁଦାର କହିଛନ୍ତି ଯେ, ମମତା କରିଥିବା ଅଭିଯୋଗ ଉପରେ ନିର୍ବାଚନ କମିସନ ନଜର ଦେବା ଉଚିତ୍ । ମାତ୍ର ମମତାଙ୍କ ଏଭଳି ଅଭିଯୋଗ ପରେ ଜଣାପଡିଗଲା କି ମମତା ପରାଜୟକୁ ସ୍ୱୀକାର କରିସାରିଛନ୍ତି । ତେଣୁ ସେ ଜାଣିଶୁଣି ଭୋଟ ଗ୍ରହଣ ପୂର୍ବରୁ ନନ୍ଦିଗ୍ରାମରେ ଧାରା ୧୪୪ ଲଗାଇଦେଲେ ।
୪୪ଧାରା ଲାଗୁ ସହ ନନ୍ଦିଗ୍ରାମରେ ମତଦାନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବା ସହ ୨୨ ଜଣ ତ୍ୱରିତ ପ୍ରତିକ୍ରିୟା ଦଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୫ ଟି ମତଦାନ କେନ୍ଦ୍ର ଥିବା ବେଳେ ୭୫ ପ୍ରତିଶତ କେନ୍ଦ୍ରରେ ୱେବକାଷ୍ଟିଂର ସୁବିଧା କରାଯାଇଛି ।
Follow Us