ନୂଆଦିଲ୍ଲୀ: ଉଚ୍ଚ ଦରମାପ୍ରାପ୍ତ ଚାକିରି ସହ ଉଜ୍ଜ୍ବଳ ଭବିଷ୍ୟତର ଲକ୍ଷ୍ୟ ରଖି ବେଆଇନ ଭାବେ ଆମେରିକା ଯାଇଥିବା ୧୪୫ ଭାରତୀୟ ଏବେ ଆମେରିକାରୁ ପ୍ର୍ୟତର୍ପିତ ହୋଇ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଗତକାଲି ସକାଳେ ୩ ମହିଳା ଏବଂ ୧୪୨ ପୁରୁଷଙ୍କ ସମେତ ସମୁଦାୟ ୧୪୫ ଜଣ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି।
/sambad/media/post_attachments/wp-content/uploads/2019/11/fhsfhsfhsf65h4sf85h74sf987h49sfhsfhhhhhhh-1.jpg)
୧୪୫ ଭାରତୀୟଙ୍କୁ ଅତ୍ୟନ୍ତ ଅପମାନିତ ଢଙ୍ଗରେ ଅପରାଧୀ ଭାବେ ଅଣାଯାଇଛି ବୋଲି ଜଣାପଡ଼ିଛି। ଉକ୍ତ ୧୪୫ ଜଣ ବିନା କାଗଜପତ୍ରରେ ଆମେରିକାରେ ବେଆଇନ ଭାବେ ରହିଥିଲେ। ବିଭିନ୍ନ ସୀମା ଦେଇ ଆମେରିକାକୁ ପ୍ରବେଶ କରିବାପାଇଁ ସେମାନେ ଏଜେଣ୍ଟ୍ମାନଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କା ଦେଇଛନ୍ତି। ଆରିଜୋନ, କାଲିଫର୍ଣ୍ଣିଆ, ଟେକ୍ସାସ୍, ଜର୍ଜିଆର ଆପ୍ରବାସ କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ହେବା ପୂର୍ବରୁ କିଛି ଭାରତୀୟ ମଧ୍ୟ ବିଭିନ୍ନ ସଂସ୍ଥାରେ ଚାକିରି କରିଥିଲେ। ଆମେରିକା ସ୍ଥିତ ଭାରତୀୟ ଦୂତାବାସ ଦ୍ବାରା ଏମାନଙ୍କୁ ଚିହ୍ନଟ କରିବା ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମେରିକାରୁ ପ୍ରତ୍ୟର୍ପିତ ଭାରତୀୟମାନେ ଦିଲ୍ଲୀ ପହଞ୍ଚିବାପରେ ସେମାନଙ୍କୁ ଆଇବି ଏବଂ ଅନ୍ୟ ଅଧିକାରୀମାନେ ଜେରା କରୁଛନ୍ତି।
Follow Us