ୟୁକ୍ରେନ୍‌ରୁ ଆସିବାକୁ ଚାହୁଁଥିବା ୧୫/୨୦ଜଣ ଭାରତୀୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରାଯାଉଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Advertisment
ୟୁକ୍ରେନ୍‌ରୁ ଆସିବାକୁ ଚାହୁଁଥିବା ୧୫/୨୦ଜଣ ଭାରତୀୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରାଯାଉଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

Image Courtesy of India Today

ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଆଉ ୧୫/୨୦ଜଣ ଭାରତୀୟ ଫେରି ଆସିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ସବୁମତେ ସାହାଯ୍ୟ କରାଯାଉଛି ବୋଲି ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିବା ସହ ଏବେ ମଧ୍ୟ ‘ଅପରେସନ୍‌ ଗଙ୍ଗା’ ଅବ୍ୟାହତ ରହିଥିବା ଉପରେ ଗୁରୁତ୍ବାରୋପ କରିଛି।

ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି କହିଛନ୍ତି, ଏଇଟା ତ ଯୁଦ୍ଧ ପରିସ୍ଥିତି, କିନ୍ତୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆମେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚାଲୁ ରଖିବୁ।

publive-image Image Courtesy of Deccan Herald

ପ୍ରାୟ ୩ ଦିନ ପୂର୍ବେ, ୟୁକ୍ରେନ୍‌ରେ ପ୍ରାୟ ୫୦ଜଣ ଭାରତୀୟ ଥିବା କଥା ଜଣାପଡ଼ିଥିଲା। ଆମ ଆକଳନ ଅନୁସାରେ, ସେଥିରୁ ୧୫/୨୦ଜଣ ୟୁକ୍ରେନ୍‌ ଛାଡ଼ି ଆସିବାକୁ ଚାହୁଁଛନ୍ତି, ବାକି ଲୋକ ଏବେ ସେ ଦେଶ ଛାଡ଼ି ଆସିବୁ ଚାହାଁନ୍ତି ନାହିଁ। ଆମ୍ଭେ ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛୁ।

ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନ୍‌ରୁ ଏଯାବତ୍‌ ୨୨,୫୦୦ ଭାରତୀୟଙ୍କୁ ଫେରାଇ ଅଣାଯାଇଥିବା କଥା କହିବା ସହ ସେ କହିଛନ୍ତି ଯେ, କେତେକ ଭାରତୀୟ ଦୂରାନ୍ତର ଅଞ୍ଚଳରେ ଅଛନ୍ତି। ସେଠାରେ ଥିବା ସମସ୍ତ ଭାରତୀୟମାନଙ୍କ ସହ ଆମେ ଯୋଗାଯୋଗ ରଖିଛୁ। ଭାରତୀୟ ଦୂତାବାସ ସେମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛି।

ଅନେକେ କହୁଛନ୍ତି, ‘ଅପରେସନ୍‌ ଗଙ୍ଗା’ ଶେଷ ହୋଇଛି। କିନ୍ତୁ, ସେ କଥା ଠିକ୍‌ ନୁହେଁ। ସ୍ଥାନାନ୍ତରଣ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଆମେ ପୋଲାଣ୍ଡ୍‌ର ୱାର୍‌ସରେ କାର୍ଯ୍ୟରତ ଆମ ଦୂତାବାସ ଜରିଆରେ ସହାୟତା ଯୋଗାଇ ଦେଉଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe