ଏନ୍‌ସିସି କଣ୍ଟିଜେଣ୍ଟ୍‌ ପାଇଁ ଓଡ଼ିଶାରୁ ୧୫ କ୍ୟାଡେଟ୍‌

Advertisment
ଏନ୍‌ସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ବ ନେଉଛନ୍ତି ଓଡ଼ିଆ ଝିଅ ସୋନାଲି

NewsAlert4U

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ରାଜପଥ ଗଣତନ୍ତ୍ର ଦିବସ ପରେଡ୍‌ରେ ୧୦୦ ଜଣିଆ ଏନ୍‌ସିସି କଣ୍ଟିଜେଣ୍ଟ୍‌ ଭାଗ ନେବ। ଏଥିରେ ଓଡ଼ିଶାର ୧୫ ଜଣ କ୍ୟାଡେଟ୍‌ ସାମିଲ ହେବେ। ଏନ୍‌ସିସିର ଆର୍‌ଡିସି କ୍ୟାମ୍ପରୁ ଚୟନ ହୋଇଥିବା ଓଡ଼ିଶାର ୧୫ ଜଣ କ୍ୟାଡେଟ୍‌ଙ୍କ ମଧ୍ୟରୁ ୮ ପୁରୁଷ ଏବଂ ୭ ମହିଳା ଅଛନ୍ତି।

ଚୟନ ହୋଇଥିବା ୮ ପୁରୁଷ କ୍ୟାଡେଟ୍‌ ହେଲେ ସଚିନ୍‌ କାଟାଲେଲ, ରୋହିତ ଦ୍ବିପ, ସୌମ୍ୟରଂଜନ ମନଦାଙ୍ଗୀ, ସାନକ୍ବେତ ହେମ୍ବ୍ରମ୍‌, ଶ୍ରୀଧର ସାହୁ, ସାରଦା ପ୍ରସାଦ ଚୌଧୁରୀ, ହରମିତ ସିଂହ ଓ ଆଶୁତୋଷ ପ୍ରଧାନ। ସେହିଭଳି ୭ ମହିଳା କ୍ୟାଡେଟ୍‌ ହେଲେ ପ୍ରୀତି ମହାନନ୍ଦ, ପ୍ରୀତିମୟୀ ମହାନ୍ତି, ଅଙ୍କିତା ମହାନ୍ତି, ଅନୁସୂୟା ଜେନା, ପ୍ରଞାନଶିଖା ସେନାପତି, ଶୁଭସ୍ମିତା ବାରିକ ଓ ବନସ୍ମିତା ନାୟକ।

ଗଣତନ୍ତ୍ର ଦିବସ ପରେଡ୍‌ ବାଦ୍‌ ଜାନୁଆରି ୨୮ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପାରମ୍ପରିକ ଗାର୍ଡ ଅଫ୍‌ ଅନର୍‌ ପରେଡ୍‌ ପାଇଁ ଗଠିତ ଏନ୍‌ସିସି କଣ୍ଟିଜେଣ୍ଟ୍‌ରେ ଓଡ଼ିଶାରୁ ଚାରି କ୍ୟାଡେଟ୍‌ ମଧ୍ୟ ସ୍ଥାନ ପାଇଛନ୍ତି। ସେମାନେ ହେଲେ ନାରାୟଣ ସେଠି, ଚିନ୍ମୟ ମଲ୍ଲିକ, ଅରବିନ୍ଦ ନାୟକ ଓ ଶିଳ୍ପା ବାଦ୍ୟତା। ଚଳିତ ଏନ୍‌ସିସି ଗଣତନ୍ତ୍ର ଦିବସ କ୍ୟାମ୍ପ (ଆର୍‌ଡିସି-୨୦୨୨)ରେ ଓଡ଼ିଶାରୁ ମୋଟ ୬୦ ଜଣ ଏନ୍‌ସିସି କ୍ୟାଡେଟ୍‌ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe