ମୁମ୍ବାଇ ବର୍ଷା: ୧୫ ମୃତ, ଅନେକ ସ୍ଥାନରେ ଜମି ରହିଛି ଜଳ

Advertisment
ମୁମ୍ବାଇ ବର୍ଷା: ୧୫ ମୃତ, ଅନେକ ସ୍ଥାନରେ ଜମି ରହିଛି ଜଳ

www.indiatoday.in

ମୁମ୍ବାଇ: ରବିବାର ସକାଳୁ ସହରରେ ପ୍ରବଳ ବର୍ଷା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏହି ବର୍ଷା ହେତୁ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ଜଳସ୍ତର ସୃଷ୍ଟି ହେବା ସହ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁ ରେଲୱେ ଟ୍ରାକ ଏବଂ ରାସ୍ତାଘାଟ ମଧ୍ୟ ପାଣିରେ ବୁଡି ରହିଥିଲା। ତେବେ ବୁଧବାରଠାରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି।

ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବିଳମ୍ବ ହେବା ସହିତ ମୁମ୍ବାଇର ବସ୍ ରୁଟରେ ଡାଇଭର୍ସନ ମଧ୍ୟ ହୋଇଛି। ସେଣ୍ଟ୍ରାଲ୍ ମେନ୍ ଲାଇନ୍ ଏବଂ ହାରବର୍ ଲାଇନ ଉପରେ ସ୍ଥାନୀୟ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଦାଦର, ପାରେଲ, କୁର୍ଲା, ଚୁନାଭଟ୍ଟୀ, ୱାଡାଲା ଏବଂ ତିଲକ ନଗରରେ ରେଳ ଟ୍ରାକ୍ ଉପରେ ଜଳ ଜମିି ରହିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe