୧୫ ଜିଲ୍ଲା ସିଲ୍‌ କଲେ ୟୁପି ସରକାର

Advertisment

ମଧ୍ୟପ୍ରଦେଶରେ ଜାରି ହେଲା ଏସ୍‌ମା

ମଧ୍ୟପ୍ରଦେଶରେ ଜାରି ହେଲା ଏସ୍‌ମା

୧୫ ଜିଲ୍ଲା ସିଲ୍‌ କଲେ ୟୁପି ସରକାର

jagran.com

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର କରୋନାର ହଟ୍‌ସ୍ପଟ୍‌ ପାଲଟିଥିବା ୧୫ ଜିଲ୍ଲାକୁ ସିଲ୍‌ କରିଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ଲକ୍ଷ୍ନୌ, ନଏଡ଼ା, ଆଗ୍ରା, ଶାମଲି, କାନପୁର, ବାରଣାସୀ, ବରେଲି, ସୀତାପୁର, ବୁଲନ୍ଦସହର, ମିରଟ୍‌, ମହାରାଜଗଂଜ, ଫିରୋଜାବାଦ, ବସ୍ତି, ଶାହରଣପୁର ଏବଂ ଗାଜିଆବାଦ। ଏହି ଜିଲ୍ଲାମାନଙ୍କରେ ଲୋକଙ୍କ ଘରକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ୧୩ ଏପ୍ରିଲ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକ ସିଲ୍‌ ରହିବ ବୋଲି ଘୋଷଣା କରାଯାଇଛି। ବାସିନ୍ଦାମାନେ ନିଜ ଘର ପାଖରେ ଥିବା ଦୋକାନକୁ ମଧ୍ୟ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମଧ୍ୟପ୍ରଦେଶରେ ଜାରି ହେଲା ଏସ୍‌ମା
ଭୋପାଳ : ମଧ୍ୟପ୍ରଦେଶ ସରକାର ମଧ୍ୟପ୍ରଦେଶରେ ଏସ୍‌ମା (ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ) ଲାଗୁ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ କହିଛନ୍ତି, ଭଲ ଭାବେ କୋଭିଡ୍‌-୧୯ର ମୁକାବିଲା ପାଇଁ ଏବଂ ଲୋକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଏସ୍‌ମା ଲାଗୁ କରାଗଲା। ଏସ୍‌ମା ଦ୍ବାରା ଦେଶବ୍ୟାପୀ ସବୁ ସ୍ଥାନରେ ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଅତ୍ୟାବଶ୍ୟକ ସେବା ପ୍ରଦାନ କରିପାରିବେ ଏବଂ ଏଥିରେ କୌଣସି ବାଧା ଉପୁଯିବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe