ଜମ୍ମୁ ଓ କଶ୍ମୀର: ଖାଇରେ ମିନିବସ୍‌ ପଡ଼ି ୧୭ ଜଣଙ୍କର ମୃତ୍ୟୁ ଆଶଙ୍କା; ୧୪ ଆହତ

ଜମ୍ମୁ ଓ କଶ୍ମୀର: ଖାଇରେ ମିନିବସ୍‌ ପଡ଼ି ୧୭ ଜଣଙ୍କର ମୃତ୍ୟୁ ଆଶଙ୍କା; ୧୪ ଆହତ

ଜମ୍ମୁ: ଶନିବାର ସକାଳେ ରମ୍ବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ଗୋଟାଏ ମିନିବସ୍‌ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିବାରୁ ଅନ୍ୟୂନ ୧୭ ଜଣ ବ୍ୟକ୍ତି ନିହତ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଡଜନାଧିକ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି।

ରମ୍ବନର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅନୀତା ଶର୍ମା କହିଛନ୍ତି କି, ୧୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ଏବଂ ଆହତ ହୋଇଥିବା ଅନ୍ୟ ୧୪ ଜଣଙ୍କୁ ଜିଲ୍ଲା ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବସ୍‌ଟି ବାଣୀହାଲ୍‌ରୁ ରମ୍ବନ ଅଭିମୁଖେ ଯାତ୍ରା କରୁଥିଲା।

ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବସ୍‌ଟି ରାସ୍ତାରୁ ଖାଇ ମଧ୍ୟକୁ ପଡ଼ିଯିବାରୁ ଦୁର୍ଘଟନା ଘଟିଥିଲା।

ପୁଲିସ, ସେନା, ପାରାମିଲିଟାରି ଯବାନମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ରମ୍ବନ୍‌ର ଡେପୁଟି କମିସନର୍‌ ଶୌକତ୍‌ ଅଜିଜ୍‌ ଭଟ ମଧ୍ୟ ଘଟନାସ୍ଥଳକୁ ଯାଇଛନ୍ତି। ସାଙ୍ଘାତିକ ଆହତ ବ୍ୟକ୍ତିମାନଙ୍କୁ ଜମ୍ମୁସ୍ଥିତ ସରକାରୀ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ନେବା ନିମନ୍ତେ ସେନା ହେଲିକାପ୍ଟର୍‌ର ବ୍ୟବସ୍ଥା କରାଯାଉଛି।

ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ଅଛି ବୋଲି ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କା ଏବଂ ଆହତ ଯାତ୍ରୀଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe