ଶ୍ରୀଲଙ୍କା ନୌସେନା ଦ୍ବାରା ୧୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

Advertisment
ଶ୍ରୀଲଙ୍କା ନୌସେନା ଦ୍ବାରା ୧୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

Scroll.in

ନୂଆଦିଲ୍ଲୀ : ଶ୍ରୀଲଙ୍କା ସମୁଦ୍ର ସୀମା ଭିତରେ ପଶି ମାଛ ଧରୁଥିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୧୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କର ୨ଟି ଟ୍ରଲର ଜବତ କରିଥିବା ରବିବାର ଏକ ସରକାରୀ ବିବୃତିରେ କୁହାଯାଇଛି। ମାନ୍ନାର ଦ୍ବୀପର ଉତ୍ତରପଶ୍ଚିମ ଉପକୂଳରେ ଥିବା ତଲାଇମାନ୍ନାର ନିକଟ ସମୁଦ୍ରରୁ ଉକ୍ତ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯାଇଛି।

ବର୍ତ୍ତମାନ ତଲାଇମାନ୍ନାରଠାରେ ଶ୍ରୀଲଙ୍କା ନୌସେନା ହାଜତରେ ଥିବା ଏହି ମତ୍ସ୍ୟଜୀବୀମାନଙ୍କୁ ମତ୍ସ୍ୟ ନିରୀକ୍ଷକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିବୃତିରେ କୁହାଯାଇଛି। ଦୁଇ ଦେଶ ଭିତରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ହେବା ସତ୍ତ୍ବେ ଶ୍ରୀଲଙ୍କା ଉପକୂଳରୁ ବେଆଇନ ମାଛଧରା ଏକ ସମସ୍ୟାରେ ପରିଣତ ହୋଇଛି। ଭାରତୀୟ ମତ୍ସ୍ୟଜୀବୀମାନେ ପଡ଼ୋଶୀ ସୈନିକଙ୍କ ଦ୍ବାରା ଗିରଫ ହେଉଥିଲେ ମଧ୍ୟ ଚେତୁନାହାନ୍ତି। ସେମାନଙ୍କ ଉଦ୍ଧାର ପାଇଁ ପୁଣି ଭାରତ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe