‘ଜନଧନ ଆକାଉଣ୍ଟ୍‌’କୁ ଆସିଥିବା ୧୫ ଲକ୍ଷ ଟଙ୍କାରେ ଘର ତୋଳିଲେ କୃଷକ; ବ୍ୟାଙ୍କ୍ କହୁଛି- ଭୁଲ୍‌ରେ ଆସିଥିଲା, ଟଙ୍କା ଫେରାଅ

‘ଜନଧନ ଆକାଉଣ୍ଟ୍‌’କୁ ଆସିଥିବା ୧୫ ଲକ୍ଷ ଟଙ୍କାରେ ଘର ତୋଳିଲେ କୃଷକ; ବ୍ୟାଙ୍କ୍ କହୁଛି- ଭୁଲ୍‌ରେ ଆସିଥିଲା, ଟଙ୍କା ଫେରାଅ

ଔରଙ୍ଗାବାଦ୍‌: ‘ଜନଧନ ଆକାଉଣ୍ଟ୍‌’କୁ ଆସିଥିବା ୧୫ ଲକ୍ଷ ଟଙ୍କାରେ ଘର ତୋଳିବା ସାରିଥିବା ଜଣେ କୃଷକଙ୍କ ଘରକୁ ଏବେ ବ୍ୟାଙ୍କ୍‌ କର୍ମଚାରୀମାନେ ଆସି କହୁଛନ୍ତି କି, ଭୁଲ୍‌କ୍ରମେ ତାଙ୍କ ଖାତାରେ ଟଙ୍କା ଜମା ହୋଇଯାଇଥିଲା; ଫେରାଇ ଦିଅନ୍ତୁ।

ପ୍ରାପ୍ତ ସୂଚନା ଅନୁସାରେ, ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ଅନ୍ତର୍ଗତ ପୈଠକ ଗ୍ରାମର ବାସିନ୍ଦା ଜ୍ଞାନେଶ୍ବର ଜନାର୍ଦ୍ଧନ ଓଟେଙ୍କ ‘ବ୍ୟାଙ୍କ୍‌ ଅଫ୍‌ ବରୋଦା’ରେ ଥିବା ତାଙ୍କ ‘ଜନଧନ ଆକାଉଣ୍ଟ୍‌’କୁ ୨୦୨୧ ଅଗଷ୍ଟ ୧୭ ତାରିଖରେ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିବା ଜାଣି ଚମତ୍କୃତ ହୋଇଯାଇଥିଲେ। ବିସ୍ମିତ ଜ୍ଞାନେଶ୍ବର କିଛି ମାସ ଅ‌ପେକ୍ଷା କଲେ କିନ୍ତୁ, ଆକାଉଣ୍ଟ୍‌ରୁ ଟଙ୍କା ଫେରସ୍ତ ନିଆଗଲା ନାହିଁ କି, ଏ ସଂକ୍ରାନ୍ତରେ କେହି ତାଙ୍କ ସହ କ‌ୌଣସି ପ୍ରକାର ଯୋଗାଯୋଗ କଲେ ନାହିଁ।

publive-image

ଏହାପରେ ତାଙ୍କ ମନକୁ ଆସିଲା ଯେ, ତାଙ୍କ ଆକାଉଣ୍ଟ୍‌କୁ ୧୫ ଲକ୍ଷ ଟଙ୍କା ଟ୍ରାନ୍‌ସ୍‌ଫର୍‌ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଆନନ୍ଦରେ ସେ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇଲେ। ଧନ୍ୟବାଦ ଜ୍ଞାପନ କରି ସେ ପ୍ରଧାନମନ୍ତ୍ରୀଙ୍କୁ ସେ ବାବଦରେ ଚିଠି ବି ଲେଖିଲେ।

publive-image Image Courtesy of News Track

କିନ୍ତୁ, ଅସଲ କଥା ହେଲା, ‘ପିମ୍ପଲ୍‌ୱାଡ଼ି ଗ୍ରାମ ପଞ୍ଚାୟତ’ ପାଇଁ ଆବଣ୍ଟିତ ଉକ୍ତ ଟଙ୍କା ଭୁଲ୍‌କ୍ରମେ ଜ୍ଞାନେଶ୍ବରଙ୍କ ଆକାଉଣ୍ଟ୍‌ରେ ଜମା ହୋଇଯାଇଥିଲା।

କିଛି ମାସ ପରେ ବ୍ୟାଙ୍କ୍‌ର ଅଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ୍‌ ଆକାଉଣ୍ଟ୍‌ରେ ଅର୍ଥ ପୈଠ ହୋଇଯାଇଛି। ସେତେବେଳକୁ ୫ ମାସ ବିତି ଗଲାଣି। ଏହା ପରେ ଟଙ୍କା ଫେରାଇବା ପାଇଁ ହଠାତ୍‌ ବ୍ୟାଙ୍କ୍‌ରୁ ବ୍ୟାଙ୍କ୍‌ରୁ ଆସିଥିବା ନୋଟିସ୍‌ ଦେଖି ଜ୍ଞାନେଶ୍ବର ଅବାକ୍‌ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟ୍‌ରେ ଥିବା ବାକି ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଫେରାଇ ନେଇଥି‌ଲା। କିନ୍ତୁ, ଏବେ ବ୍ୟାଙ୍କ୍‌ କର୍ମଚାରୀମାନେ ଜ୍ଞାନେଶ୍ବରକୁ ଅନୁରୋଧ କରି କହୁଛନ୍ତି କି, ସେ ନୂଆ ଘର ତିଆରିରେ ବ୍ୟୟ କରିଥିବା ୯ ଲକ୍ଷ ଟଙ୍କା ଫେରସ୍ତ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe