ଉତ୍କଟ ଜଳାଭାବ ନା ଅଂଶୁଘାତ ହେତୁ ୧୫ ମାଙ୍କଡ଼ଙ୍କର ମୃତ୍ୟୁ!

ଉତ୍କଟ ଜଳାଭାବ ନା ଅଂଶୁଘାତ ହେତୁ ୧୫ ମାଙ୍କଡ଼ଙ୍କର ମୃତ୍ୟୁ!

photo-ndtv

ଭୋପାଳ: ମଧ୍ୟପ୍ରଦେଶର ଏକ ଜଙ୍ଗଲରେ ଅଂଶୁଘାତରେ ପୀଡ଼ିତ ହେବାଫଳରେ ୧୫ଟି ମାଙ୍କଡ଼ଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣା ବନ୍ୟପ୍ରାଣୀ ପ୍ରେମୀଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଦେୱାସ ଜିଲ୍ଲାର ବାଗଲି ଅଞ୍ଚଳର ଯୋଶୀବାବା ବନାଞ୍ଚଳରେ ମାଙ୍କଡ଼ମାନେ ତାପମାତ୍ରା ସହ୍ୟ କରି ନପାରି ପ୍ରଶର ହରାଇଥିବା କୁହାଯାଉଛି।

ସେହି ଜଙ୍ଗଲରେ ଉତ୍କଟ ଜଳାଭାବ ଯୋଗୁଁ ମାଙ୍କଡ଼ମାନଙ୍କର ପ୍ରାଣହାନି ଘଟିଛି ବୋଲି ଜିଲ୍ଲା ବନ ଅଧିକାରୀ ପିଏନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଜଙ୍ଗଲ ଭିତରେ ଥିବା ଏକ ଜଳ ଉତ୍ସକୁ ଅନ୍ୟ ଏକ ମାଙ୍କଡ଼ ଦଳ ନିଜ ଅକ୍ତିଆରରେ ରଖିଛନ୍ତି । ଏହି କାରଣରୁ ଅନ୍ୟ ମାଙ୍କଡ଼ ଗୋଷ୍ଠୀ ମାଙ୍କଡ଼ ଗୋଷ୍ଠୀ ଆର ଗୋଷ୍ଠୀର ଭୟରେ ସେଠାକୁ ପାଣି ପିଇବାକୁ ଯାଇ ପାରି ନଥିଲେ ବୋଲି ସେ କହିଛନ୍ତି।

ମୌସୁମୀ ବାୟରୁ ଆଗମନରେ ବିଳମ୍ବ ମଧ୍ୟ ଏକ କାରଣ ବୋଲି କୁହାଯାଉଛି। ତେବେ କାରଣ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଜିଲ୍ଲା ବନ ଅଧିକାରୀ ପିଏନ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe