ହିସାର : ୨୦୧୪ ମସିହାର ଏକ ହତ୍ୟା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ବାବା ରାମପାଲ୍ ଏବଂ ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୪ ଜଣ ମହିଳା ଏବଂ ଜଣେ ଶିଶୁଙ୍କୁ ହତ୍ୟା ମାମଲାରେ ବାବା ରାମପାଲ୍ଙ୍କୁ ଆଜି ଚଣ୍ଡିଗଡ଼ର ଏକ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ରାମପାଲ୍ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହି ମାମଲାରେ ଆସନ୍ତାକାଲି ରାୟ ପ୍ରକାଶ ପାଇବ। ଉଲ୍ଲେଖଯୋଗ୍ୟ ୨୦୦୬ ମସିହାର ଏକ ହତ୍ୟା ମାମଲାରେ ପୁଲିସ ରାମପାଲ୍ଙ୍କୁ ଗିରଫ କରିବା ଲାଗି ତାଙ୍କ ଆଶ୍ରମକୁ ଯାଇଥିବାବେଳେ ଏହି ସମୟରେ ରାମପାଲ୍ଙ୍କ ସମର୍ଥକମାନେ ଏହାର ତୀବ୍ର ବିରୋଧ କରିଥିଲେ ଏବଂ ଏହାକୁ ନେଇ ପୁଲିସ ଏବଂ ରାମପାଲ୍ଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ଫଳରେ ୪ ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ରାମପାଲ୍ଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଏବଂ ୧୨୦ ବି ଅଧୀନରେ ମାମଲା ରୁଜୁ ହୋଇଛି।
ରାମପାଲ୍ ସମେତ ୧୫ ଜଣଙ୍କୁ ଆଜୀବନ କାରାଦଣ୍ଡ
Advertisment
Follow Us