ଗାଜାରେ ୧୫୦୦ ଆତଙ୍କବାଦୀଙ୍କୁ ମାରିଛୁ : ଇସ୍ରାଏଲ୍

Advertisment
ଗାଜାରେ ୧୫୦୦ ଆତଙ୍କବାଦୀଙ୍କୁ ମାରିଛୁ : ଇସ୍ରାଏଲ୍

ତେଲ୍ ଅଭିଭ୍ : ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣ ଫଳରେ ଗାଜା ସହର ଏକ ଧ୍ବଂସସ୍ତୁପରେ ପରିଣତ ହୋଇଛି ଓ ମୃତ୍ୟୁସଂଖ୍ୟା ବଢି ଚାଲିଛି ।

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଗାଜା ନିକଟରେ ହୋଇଥିବା ସଂଘର୍ଷରେ ୧୫୦୦ ହାମାସ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ ଗାଜା ସୀମାକୁ ନିଜ ନିୟନ୍ତ୍ରଣକୁ ନେଇଛି । ମଙ୍ଗଳବାର ସୁଦ୍ଧା ୧,୫୦୦ ହାମାସ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଦାବି କରିଛି ଇସ୍ରାଏଲ୍ ।

ପାଲେଷ୍ଟାଇନ ସମର୍ଥନରେ ପୁଟିନ 

ହାମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ବଡ଼ ବୟାନ ଦେଇଛନ୍ତି। ପୁଟିନ୍ କହିଛନ୍ତି ଯେ ଏକ ସ୍ୱାଧୀନ ସାର୍ବଭୌମ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଏକ ଆବଶ୍ୟକତା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରାଏଲ-ଗାଜା ବିବାଦ ଆମେରିକାର ମଧ୍ୟପ୍ରାଚ୍ୟ ନୀତିର ବିଫଳତାକୁ ପ୍ରତିଫଳିତ କରୁଛି। ଆମେରିକା ନୀତି ସବୁବେଳେ ଗୋଟିଏ ପକ୍ଷକୁ ସମର୍ଥନ କରିଥିବାବେଳେ ଅନ୍ୟ ପକ୍ଷର ଲୋକଙ୍କ ଅଧିକାର ଉପରେ ଧ୍ୟାନ ଦେଇନାହିଁ ।

ମଧ୍ୟପୂର୍ବରେ ଶାନ୍ତି ଉଦ୍ୟମକୁ ଆମେରିକା ସବୁବେଳେ ନିଜର ଆଧିପତ୍ୟ ଦ୍ବାରା ପ୍ରଭାବିତ କରିଆସିଛି   ଓ  ଉଭୟ ପକ୍ଷ ଦ୍ବାରା ଗ୍ରହଣୀୟ ସମାଧାନକୁ ଅବହେଳା କରିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe