ମହାକୁମ୍ଭରେ ଏକାସାଙ୍ଗରେ ସଫେଇ କରି ୱାର୍ଲଡ ରେକର୍ଡ କଲେ ୧୫ ହଜାର ସଫେଇ କର୍ମୀ

1500

ପ୍ରୟାଗରାଜ: ମହାକୁମ୍ଭରେ ଏକାଥରେ ସଫେଇ କଲେ ୧୫ ହଜାର କର୍ମଚାରୀ । ପ୍ରୟାଗରାଜର ୪ଟି ଜୋନରେ ଏକାଥରେ ସଫେଇ କାମ କରି ଏହି ୧୫ ହଜାର ସଫେଇ କର୍ମୀ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି । 

ଲଣ୍ଡନରୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଏକ ଆସି ପ୍ରୟାଗରାଜରେ ପହଞ୍ଚିଲେ ଏବଂ ସୋମବାର ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପ୍ରତି କର୍ମଚାରୀଙ୍କ ହାତରେ କ୍ୟୁଆର କୋର୍ଡ ଥିବା ଏକ ସ୍ବତନ୍ତ୍ର  ବ୍ୟାଣ୍ଡ ରହିଥିଲା । ଯାହା ଜରିଆରେ କର୍ମଚାରୀଙ୍କ ଗଣନା କରାଯାଉଥିଲେ । ତେବେ ୩ ଦିନ ପରେ କେତେ କର୍ମଚାରୀ ସାମିଲ ହୋଇଥିଲେ ତାର ଫାଇନାଲ ରିପୋର୍ଟ ଆସିବ ।

ସେପଟେ ୨୦୧୯ କୁମ୍ଭମେଳାରେ ମଧ୍ୟ ୧୦ ହଜାର ସଫେଇ କର୍ମଚାରୀଙ୍କୁ ନେଇ ଏମିତି ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା । ତେବେ ମହାକୁମ୍ଭରେ ସ୍ବଚ୍ଛତା ଏବଂ ପରିଚ୍ଛନ୍ନତାକୁ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ଜାନୁୟାରୀ ୧୩ ତାରିଖରୁ ମହାକୁମ୍ଭ ସରିବା ଯାଏଁ ଏମାନେ ହିଁ ରାତି ଦିନ ପ୍ରୟାଗରାଜର ରାସ୍ତାଘାଟ, ସଙ୍ଗମ ସ୍ଥଳକୁ ସଫା ରଖୁଛନ୍ତି ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe