କେନ୍ଦ୍ର ସରକାରଙ୍କ ରିପୋର୍ଟ: ୧୫,୦୮,୯୩୭ ଛାତ୍ରଛାତ୍ରୀ ଡିଜିଟାଲ୍‌ ଡିଭାଇସ୍‌ରୁ ବଂଚିତ

Advertisment
ଏଥର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ କ’ଣ ଅଛି ନୂଆ ?

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ‘ନିରନ୍ତର ଶିକ୍ଷାଦାନ ପାଇଁ ୨୦୨୦-୨୧ରେ ଗ୍ରହଣ କରାଯାଇଥିବା ପଦକ୍ଷେପ’ ରିପୋର୍ଟରେ ଓଡ଼ିଶାର ୧୫ ଲକ୍ଷ ୮ ହଜାର ୯୩୭ ସ୍କୁଲ ଛାତ୍ରଛାତ୍ରୀ ଡିଜିଟାଲ୍‌ ଡିଭାଇସ୍‌ ସୁବିଧାରୁ ବଂଚିତ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦ୍ବାରା ଜୁନ୍‌ ୩୦, ୨୦୨୧ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ ଏହି ସଂଖ୍ୟା ଆକଳନ କରାଯାଇଛି।

ଅପରପକ୍ଷେ କୋଭିଡ ମହାମାରୀ ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଡିଜିଟାଲ ଡିଭାଇସ୍‌ ସୁବିଧାରୁ ବଂଚିତ ଥିବା ଛାତ୍ରଛାତୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଘରକୁ ଗସ୍ତ କରି ପାଠ୍ୟପୁସ୍ତକ ବିତରଣ କରିବା, ସେଚ୍ଛାସେବୀ ଘରକୁ ଗସ୍ତ କରିବା, ବୈକଳ୍ପିକ ପାଠ୍ୟକ୍ରମ କ୍ୟ‌ାଲେଣ୍ଡର ଜାରି କରିବା, ବ୍ରିଜ କୋର୍ସ ପ୍ରଚଳନ କରିବା, ମୋବାଇଲ୍‌ ସ୍କୁଲ ଓ ଡିଜିଟାଲ୍‌ ଡିଭାଇସ୍‌ର ସୁବିଧା ପାଇଁ ପଂଚାୟତ ଓ ଗୋଷ୍ଠୀମାନେ ସହଯୋଗ କରିବା ଓ ମାତାପିତାଙ୍କ ପ୍ରଶିକ୍ଷଣ ତଥା ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଥିଲା। ଓଡ଼ିଶା ଶିକ୍ଷା ସଂଯୋଗ ଲର୍ଣ୍ଣିଂ କାର୍ଯ୍ୟକ୍ରମ, ଶିକ୍ଷା ଦର୍ପଣ, ମଧୁ ଆପ୍, ଦିସା, ଇ-ବିଦ୍ୟାଳୟ ଆପ୍‌ ଦ୍ବାରା ଶିକ୍ଷାଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ୪ କୋଟି ୫୦ ଲକ୍ଷ ଡିଜିଟାଲ ଡିଭାଇସ୍‌ ବିତରଣ କରାଯାଇଥିବାବେଳେ ଓଡ଼ିଶାରେ ଛାତ୍ରଛାତ୍ରୀମାନଙ୍କୁ ଏହା ବିତରଣ କରାଯାଇ ନାହିଁ। ଅପରପକ୍ଷେ ଶିକ୍ଷକମାନଙ୍କୁ ୫୯୦୦ ଡିଜିଟାଲ ଡିଭାଇସ୍‌ ବିତରଣ କରାଯାଇଥିଲା। ରିପୋର୍ଟ ଅନୁସାରେ ‘ନିଷ୍ଠା’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ‌ରେ ସମୁଦାୟ ୧,୭୬,୦୨୭ ଶିକ୍ଷକ ପ୍ରଶିକ୍ଷଣ ନେଇଛନ୍ତି। ଯେଉଁଥିରେ ଅଫ୍‌ଲାଇନ୍‌ ଜରିଆରେ ୧୮୩୦ ଶିକ୍ଷକ ଓ ଅନ୍‌ଲାଇନ୍‌ରେ ୧,୭୪,୧୯୭ ପ୍ରଶିକ୍ଷଣ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe