ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର ଏଲ୍‌ଇଡି ଭିଡିଓ ପ୍ରଦର୍ଶନ

Advertisment
ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର ଏଲ୍‌ଇଡି ଭିଡିଓ ପ୍ରଦର୍ଶନ

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ସମଗ୍ର ବିଶ୍ୱରେ ଥିବା ପ୍ରସିଦ୍ଧ ସ୍ଥାନଗୁଡ଼ିକରେ ସ୍ୱତନ୍ତ୍ର ଏଲ୍‌ଇଡି ପ୍ରୋଜେକ୍‌ସନ୍‌ ମାଧ୍ୟମରେ ମହାନ୍‌ ଭାରତୀୟ ନେତାଙ୍କର ଚିତ୍ର ଉଦ୍‌ଭାସିତ କରାଯାଇ ତାଙ୍କର ଶିକ୍ଷା ଏବଂ ଦର୍ଶନ ଉପରେ ଆଲୋକପାତ କରାଯାଇଛି।

ଏହି ଆଦର୍ଶ ଶ୍ରେଣୀୟ ଭାରତୀୟ ନେତାଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିଶ୍ୱବ୍ୟାପୀ ଏ ଭଳି ଅଭିନବ ଉଦ୍ୟମ କରିଥିଲା।

ସମଗ୍ର ବିଶ୍ୱରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଚୟନ କରିଥିବା ୧୨୦ଟି ସ୍ଥାନରେ ଦୁବାଇର ବୁର୍ଜ ଖଲିଫା ଏବଂ ଇଂଲଣ୍ଡ୍‌ର ପିକାଡିଲି ସର୍କସ୍‌ ଅନ୍ତର୍ଭୁକ୍ତ। ଏ ସବୁ ସ୍ଥାନରେ ଏଲ୍‌ଇଡି ଭିଡିଓ ପ୍ରୋଜେକ୍‌ସନ୍‌ ଜରିଆରେ ବାପୁଙ୍କ ଜୀବନ ଓ ଦର୍ଶନ ଉପରେ ଆଲୋକପାତ କରାଯାଇଥିଲା।
ସବୁଠୁ ମନୋରମ ଏଲ୍‌ଇଡି ଡିସ୍‌ପ୍ଲେ ହୋଇଥିଲା ଦୁବାଇର ଜନପ୍ରିୟ ବୁର୍ଜ ଖଲିଫା ଠାରେ।

ଭିଏନାର େଓ୍ଵଲ୍‌ଟ୍‌ ମିଉଜିୟମ୍‌, ବୁଦାପେଷ୍ଟ୍‍ର ବୁଦା କ୍ୟାସେଲ୍‌, ରୋମ୍‌ର ପାଲାଜୋ ସିନେଟରିଓ, ଇଣ୍ଡୋନେସିଆର ପ୍ରମ୍ବନନ ମନ୍ଦିର, ପେରୁର ମ୍ୟୁସୋ ଡି ଆର୍ଟ ପ୍ରଭୃତି ସ୍ଥାନରେ ମଧ୍ୟ ଏଲ୍‌ଇଡି ପ୍ରୋଜେକ୍‌ସନ୍‌ ଯୋଗେ ଗାନ୍ଧୀଜୀଙ୍କ ଜୀବନ, ସ୍ୱାଧୀନତା ପାଇଁ ତାଙ୍କର ସଂଗ୍ରାମ ଏବଂ ତାଙ୍କ ଶିକ୍ଷା ପ୍ରଦର୍ଶୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe