ଆଇପିଏଲ : ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬  ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬  ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । 

csk

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬  ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । 

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ହିଁ ରୋହିତ ଶର୍ମାଙ୍କ ଓ୍ବିକେଟ ହରାଇ ଚାପରେ ରହିଥିଲା । ରୋହିତ ଖାତା ଖୋଲିପାରିନଥିଲେ । ତାଙ୍କ ପଛକୁ ପଛ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବି ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦଳର ରନ ଗତି ଧୀମେଇ ଯାଇଥିଲା ।  ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ତିଳକ ବର୍ମା ୩୧ ରନ କରିଥିଲେ । ନମନ ଧୀର ୧୭ ରନ ଓ ରିୟାନ ରିକେଲଟନ ୧୩ ରନ କରିଥିଲେ । ଶେଷ ବେଳକୁ ଦୀପକ ଚହର ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଥିଲା । 

ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ୩ଟି ଓ୍ବିକେଟ ନେଇଥିଲେ । ନାଥନ ଏଲିସ ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe