ରାଜସ୍ଥାନରେ ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ କୋଟିପତି

Advertisment
ରାଜସ୍ଥାନରେ ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ କୋଟିପତି

ଜୟପୁର : ଚଳିତ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟୀ ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ ଜଣ କୋଟିପତି ବୋଲି ଜଣାପଡ଼ିଛି। କଂଗ୍ରେସର ୮୨ ବିଧାୟକ, ବିଜେିପର ୭୩ ବିଧାୟକ, ୧୩ ଜଣ ସ୍ବାଧୀନ ବିଧାୟକ ଏବଂ ୫ ବିଏସ୍‌ପି ବିଧାୟକ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ଊର୍ଦ୍ଧ୍ବ ବୋଲି ଘୋଷଣା କରିଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି। ତେବେ ୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ୧୪୫ ଜଣ ବିଧାୟକ କୋଟିପତି ଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ ୫୯ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ରହିଛି। ଏମାନଙ୍କ ମଧ୍ୟରୁ ୧୨୯ ବିଧାୟକ ଗ୍ରାଜୁଏଟ୍‌। ୭ ଜଣ ବିଧାୟକ ସେମାନଙ୍କୁ ସାମାନ୍ୟ ଶିକ୍ଷିତ ବୋଲି ଘୋଷଣା କରିଛନ୍ତି। ୧୯୯ ବିଧାୟକଙ୍କ ମଧ୍ୟରୁ ୨୩ ଜଣ ମହିଳା ଅଛନ୍ତି। ତେବେ ୨୦୧୩ ମସିହା‌ରେ ଏହି ସଂଖ୍ୟା ୨୮ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe