ଦଣ୍ଡନୀୟ ଅପରାଧ ହେଲେ ବି ଚାଲିଛି ଭ୍ରୁଣ ନିରୂପଣ; ଏହି କ୍ଷେତ୍ରରେ ହରିଆଣା ଦେଶରେ ପ୍ରଥମ, ରାଜସ୍ଥାନ ଦ୍ୱିତୀୟ 

ଦଣ୍ଡନୀୟ ଅପରାଧ ହେଲେ ବି ଚାଲିଛି ଭ୍ରୁଣ ନିରୂପଣ; ଏହି କ୍ଷେତ୍ରରେ ହରିଆଣା ଦେଶରେ ପ୍ରଥମ, ରାଜସ୍ଥାନ ଦ୍ୱିତୀୟ 

ଗୁରୁଗ୍ରାମ: ଗର୍ଭାବସ୍ଥାରେ  ଭ୍ରୁଣର ଲିଙ୍ଗ ନିରୂପଣ କରିବା ଅଇନ୍‌ଗତ ଅପରାଧ ହୋଇଥିବା ସତ୍ତ୍ୱେ ବି ଏପରି ଏକ ଅପରାଧ ପୂରାପୂରି ଭାବେ ବନ୍ଦ ହେଉ ନାହିଁ। ନାନା କଟକଣା ସତ୍ତ୍ୱେ ବି ଲୋକଙ୍କ ଭିତରେ  ଭ୍ରୁଣର ଲିଙ୍ଗ ନିରୂପଣ କରିବା ଲାଗି ଅାଗ୍ରହ କରୁଛନ୍ତି । ଏ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ହରିଆଣା।

ଜାଣିବାକୁ ମିଳିଛି ଯେ ଜନ୍ମପୂର୍ବରୁ ଭ୍ରୁଣର ଲିଙ୍ଗ ନିରୂପଣ କରୁଥିବା ନେଇ ପୂରା ଦେଶରେ ରୁଜୁ ହୋଇଥିବା ୩୮୭ ପ୍ରି-କନ୍‌ସେପ୍‌ସନ ଏବଂ ପ୍ରି-ନୋଟାଲ୍‌ ଡାଇଗ୍ନୋଷ୍ଟିକ୍‌ ଅଧିନିୟମ, ୧୯୯୪ ମାମଲା ମଧ୍ୟରୁ କେବଳ ୧୫୮ ହେଉଛି ହରିଆଣାର। ୨୦୧୮ର ପ୍ରଥମ ତ୍ରୈମାସିକ ରିପୋର୍ଟରୁ ଏହା ଜାଣିବାକୁ ମିଳିଛି।

publive-image

ଏହି ଅପରାଧ କରିବାରେ ହରିଆଣା ପରେ ରହିଛି ରାଜସ୍ଥାନ। ରାଜସ୍ଥାନରେ ପ୍ରି-କନ୍‌ସେପ୍‌ସନ ଏବଂ ପ୍ରି-ନୋଟାଲ୍‌ ଡାଇଗ୍ନୋଷ୍ଟିକ୍‌ ଅଧିନିୟମ ଅଧିନରେ ସମୁଦାୟ ୧୧୨ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ତ୍ରୈମାସିକ ରିପୋର୍ଟରେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏ ସଂପର୍କରେ ପ୍ରକାଶ କରିଛନ୍ତି।

ଉଲ୍ଳେଖଯୋଗ୍ୟ, ଜନ୍ମ ପୂର୍ବରୁ ଭ୍ରୁଣର ଲିଙ୍ଗ ଚିହ୍ନଟ କରିବା ଆଇନ୍‌ଗତ ଅପରାଧ। ଏଥିପାଇଁ ଅଭିଭାବକ, ଡାକ୍ତର, ନର୍ସ କେହି ହି ଉତ୍ତରଦାୟୀ ହୋଇପାରନ୍ତି। ଶବ୍ଦ, ସଂକେତ କିମ୍ବା କୌଣସି ପ୍ରକାର ଆଚ୍ଚରଣରୁ ଯଦି ଲିଙ୍ଗ ସଂପର୍କିତ କୌଣସି ସୂଚନା ମିଳେ ତାହା ବି ଅପରାଧ ହୋଇଥାଏ। ଏହା ଏକ ଦଣ୍ଡନୀୟ ଅପରାଧ। ଏପରିକି ଶିଶୁର ଲିଙ୍ଗ ଚିହ୍ନଟକାରୀ କୌଣସି ବି ପ୍ରକାରର ଅଲ୍‌ଟ୍ରାସାଉଣ୍ଡ୍‌ ମେସିନ୍‌, ଇମେଜିଂ ମେସିନ୍‌ କିମ୍ବା ସ୍କାନର ଆଦି କେହି ବ୍ୟକ୍ତି ବିଶେଷ, ଲାବରେଟୋରି ଓ କ୍ଲିନିକ୍‌ ମଧ୍ୟ ମନ ଇଚ୍ଛା କିଣି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe