ନେପାଳ ବିମାନ ଦୁର୍ଘଟଣାସ୍ଥଳୀରୁ ଏପର୍ଯ୍ୟନ୍ତ ୧୬ ଶବ ଉଦ୍ଧାର, ବିମାନରେ ଥିବା ସମସ୍ତ ବ୍ୟକ୍ତି ମରିଥିବା ଆଶଙ୍କା

ନେପାଳ ବିମାନ ଦୁର୍ଘଟଣାସ୍ଥଳୀରୁ ଏପର୍ଯ୍ୟନ୍ତ ୧୬ ଶବ ଉଦ୍ଧାର, ବିମାନରେ ଥିବା ସମସ୍ତ ବ୍ୟକ୍ତି ମରିଥିବା ଆଶଙ୍କା

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ଏଯାବତ୍‌ ପ୍ରାୟ ୧୬ଟି ଶବ ଉଦ୍ଧାର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ ଓ ସେନା ଅଧିକାରୀମାନେ ବାକି ୬ଜଣଙ୍କ ଶବ ଅନୁସନ୍ଧାନ କରୁଛନ୍ତି।

ପୁଲିସ କହିଛି, ପର୍ବତ ଚୂଡ଼ାରେ ଧକ୍କା ଖାଇ ଧ୍ବଂସ ହୋଇଯିବା ପରେ ବିମାନର ଭଗ୍ନାଂଶ ଏବଂ ଶବଗୁଡ଼ିକ ପ୍ରାୟ ୧୦୦ ମିଟର ପରିଧି ପରିବ୍ୟାପ୍ତ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା।

ନେପାଳ ସେନାର ମୁଖପାତ୍ର କହିଛନ୍ତି, ଶବଗୁଡ଼ିକୁ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳୀ ନିକଟରେ ନେପାଳ ସେନାବାହିନୀର ୧୫ଜଣ ସୈନିକଙ୍କୁ ଅବତରଣ କରାଇ ଦିଆଯାଇଛି।

publive-image Image Courtesy of The Hindu

ଦୁର୍ଘଟଣାସ୍ଥଳ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ୍‌ ଥିବା ବେଳେ ସୈନିକ ଦଳକୁ ୧୧,୦୦୦ ମିଟର୍‌ ଉଚ୍ଚରେ ଅବତରଣ କରାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ନେପାଳ ଗୃହମନ୍ତ୍ରାଳୟ ମୁଖପାତ୍ର ଫଡ଼ିନ୍ଦ୍ରମଣି ପୋଖରେଲ୍‌ କହି‌ଛନ୍ତି, ବିମାନ ଆରୋହଣ କରିଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବେ ବୋଲି ଆମର ସନ୍ଦେହ ହେଉଛି। ଉକ୍ତ ବିମାନ ଦୁର୍ଘଟଣାରୁ କେହି ବର୍ତ୍ତିଥିବେ ବୋଲି ଆମ ପ୍ରାରମ୍ଭିକ ମୂଲ୍ୟାୟନରୁ ଜଣାପଡୁଛି। କିନ୍ତୁ, ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ।

publive-image Image Courtesy of India Today

ନେପାଳ ପୁଲିସ ଇନ୍‌ସ୍‌ପେକ୍ଟର୍‌ ରାଜ କୁମାର ତମାଙ୍ଗଙ୍କ ନେତୃତ୍ବରେ ଦଳେ ପୁଲିସ ବିମାନ ଯୋଗେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳରେ ପଡ଼ିଥିବା କେତେକ ଯାତ୍ରୀଙ୍କ ଶବ ଚିହ୍ନିବା ସମ୍ଭବପର ନୁହେଁ। ଘଟଣାସ୍ଥଳରେ ପୁଲିସ ଗହଳି ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୧୩ ବର୍ଷ ମଧ୍ୟରେ ଏହା ହେଉଛି ‘ତାରା ଏୟାର୍‌’ର ୩ୟ ମରଣାନ୍ତକ ଦୁର୍ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe