ଏନ୍‌ସିସି କଣ୍ଟିଜେଣ୍ଟ୍‌ରେ ଓଡ଼ିଶାରୁ ୧୬ କ୍ୟାଡେଟ୍‌

ଏନ୍‌ସିସି କଣ୍ଟିଜେଣ୍ଟ୍‌ରେ ଓଡ଼ିଶାରୁ ୧୬ କ୍ୟାଡେଟ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ୍‌ରେ ୧୦୦ ଜଣିଆ ଏନ୍‌ସିସି କଣ୍ଟିଜେଣ୍ଟ୍‌ ଭାଗ ନେବ। ଏଥିରେ ଓଡ଼ିଶାର ୧୬ ଜଣ କ୍ୟାଡେଟ୍‌ ସାମିଲ ହେବେ। କ୍ୟାଡେଟ୍‌ଙ୍କ ମଧ୍ୟରେ ଅଛନ୍ତି ୭ ପୁରୁଷ ଓ ୯ ମହିଳା। ପୁରୁଷ କ୍ୟାଡେଟ୍‌ମାନେ ହେଲେ ପ୍ରଭାତ ପରିଡ଼ା, ଆଶୁତୋଷ ମହାନ୍ତ, ବଳରାମ ମହାକୁଡ଼, ଡି. ସନ୍ଦିପ ପାତ୍ର, ଜ୍ୟୋତିରଂଜନ ପୋଇ, ପୀୟୂଷ କୁମାର ଜେନା ଓ ଶାଶ୍ବତ ସାମନ୍ତ। ୯ ମହିଳା କ୍ୟାଡେଟ୍‌ଙ୍କ ମଧ୍ୟରେ ଅଛନ୍ତି ଇପସିତା ଦାସ, ବି. ତୁଳସୀ ରେଡ୍ଡି, ଇ. ରୋଶନୀ, ଶିଲିପା ନାୟକ, ଅର୍ଚ୍ଚନା ସାହୁ, ତପସ୍ବିନୀ ମହାନ୍ତି, ସୋନାଲି ସାହୁ, ମୋନାଲିସା କୁଲୁ ଓ ବର୍ଷାରାଣୀ ବେହେରା।

ଗଣତନ୍ତ୍ର ଦିବସ ପରେଡ୍‌ ବାଦ ଜାନୁଆରି ୨୮ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପାରମ୍ପରିକ ଗାର୍ଡ ଅଫ୍‌ ପରେଡ୍‌ ପାଇଁ ଗଠିତ ଏନ୍‌ସିସି କଣ୍ଟିଜେଣ୍ଟ୍‌ରେ ଓଡ଼ିଶାର ୫ ଜଣ କ୍ୟାଡେଟ୍‌ ସ୍ଥାନ ପାଇଛନ୍ତି। ଏଥିରେ ୩ ପୁରୁଷ ଓ ଦୁଇ ମହିଳା କ୍ୟାଡେଟ୍‌ ସାମିଲ ହୋଇଛନ୍ତି। ପୁରୁଷ କ୍ୟାଡେଟ୍‌ଙ୍କ ମଧ୍ୟରେ ପ୍ରଭାସ କୁମାର ଜେନା, ଏମ୍‌.ଡି ଶାହିଲ ଓ ବିପିଏସ୍‌ ବିଶହାଲ ଥିବା ବେଳେ ମହିଳା କ୍ୟାଡେଟ ମଧ୍ୟରେ ଅଛନ୍ତି ଭାଗ୍ୟଶ୍ରୀ ଦାସ ଓ ଶୁଭଶ୍ରୀ ପ୍ରୟଦର୍ଶନୀ ସ୍ବାଇଁ। ଚଳିତ ଏନ୍‌ସିସି ଗଣତନ୍ତ୍ର ଦିବସ କ୍ୟାମ୍ପ୍‌ (ଆରଡିସି-୨୦୨୩)ରେ ଦେଶରୁ ୨୧୫୫ କ୍ୟାଡେଟ୍‌ ଭାଗ ନେଇଛନ୍ତି। ଏଥିରେ ଓଡ଼ିଶା କ୍ୟାଡେଟ୍‌ମାନଙ୍କର ସଂଖ୍ୟା ରହିଛି ୧୧୬। ଯେଉଁଥିରେ ପୁରୁଷ କ୍ୟାଡେଟମାନଙ୍କ ସଂଖ୍ୟା ୭୭ ଏବଂ ମହିଳା କ୍ୟାଡେଟ୍‌ମାନଙ୍କ ସଂଖ୍ୟା ୩୯ ରହିଛି। ଓଡ଼ିଶାର ଏନ୍‌ସିସି କଣ୍ଟିଜେଣ୍ଟ୍‌ କମାଣ୍ଡର ରୂପେ କର୍ଣ୍ଣେଲ୍‌ ଜେ. ନିଶଙ୍କ ଏବଂ କଣ୍ଟିଜେଣ୍ଟ ଏଏନ୍‌ଓ (ପୁରଷ) କ୍ୟାପଟେନ୍‌ ଦୀପକ ଓ କଣ୍ଟିଜେଣ୍ଟ୍‌ (ମହିଳା) ଲେଫଟନାଣ୍ଟ ବିନ୍ଦୁ ଆର୍‌ଡିସି କ୍ୟାମ୍ପରେ ଅବସ୍ଥାପିତ ଅଛନ୍ତି। କ୍ୟାମ୍ପକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌ ଶନିବାର ବିଧିବଦ୍ଧ ଭା‌ବେ ଉଦ୍‌ଘାଟନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe