ଗୁଜୁରାଟ ହସ୍ପିଟାଲରେ ନିଆଁ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ

ଗୁଜୁରାଟ ହସ୍ପିଟାଲରେ ନିଆଁ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ

The Hindu

ସୁରଟ: ପୁଣି କୋଭିଡ ହସ୍ପିଟାଲରେ ନିଆଁ। ଗୁଜୁରାଟର ସୁରଟରେ ଥିବା ଏକ କୋଭିଡ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଆଇସିୟୁରେ ଥିବା ସମସ୍ତ ୧୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧.୪୦ ସମୟରେ ସୁରଟର ଷ୍ଟେସନ ରୋଡରେ ଥିବା କୋଠାର ପଞ୍ଚମ ମହଲାରେ ଅବସ୍ଥିତ ଆୟୁଷ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୬ରୋଗୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବିଭାଗ ଟିମ୍ ୧୧ଜଣ ରୋଗୀଙ୍କୁ ଉଦ୍ଧାର କରିଥିଲେ ଏବଂ ଅବଶିଷ୍ଟ ପାଞ୍ଚ ଜଣଙ୍କୁ ଅଗ୍ନିଶମ ଦଳ ପହଞ୍ଚିବା ପୂର୍ବରୁ ଡାକ୍ତରଖାନା କର୍ମଚାରୀମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ବୋଲି ଡାକ୍ତରଖାନର କର୍ତ୍ତୃପକ୍ଷ କହିଛନ୍ତି।

publive-image hindustantimes

ସର୍ଟ ସର୍କିଟ କିମ୍ବା ଓଭରଲୋଡିଂ ହେତୁ ଏୟାର କଣ୍ଡିସନରରେ ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ୧୧ଜଣ ରୋଗୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଏସଏମଆଇଏମଇଆର ଡାକ୍ତରଖାନା, ୪ଜଣଙ୍କୁ ସଞ୍ଜୀବନୀ ଡାକ୍ତରଖାନା ଏବଂ ଅବଶିଷ୍ଟ ଦୁଇଜଣଙ୍କୁ ଆୟୁଷ ହସ୍ପିଟାଲର ଅନ୍ୟ ମହଲାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe