ହିମାଚଳରେ ବସ୍‌ ଓଲଟି ୧୬ ମୃତ

Advertisment
ହିମାଚଳରେ ବସ୍‌ ଓଲଟି ୧୬ ମୃତ

business-standard.com

ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲ୍ଲୁରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍କୁଲ୍‌ ଛାତ୍ର ମଧ୍ୟ ଅଛନ୍ତି। ବସ୍‌ଟି ଶେନଶେରରୁ- ସେଂଜ ଉପତ୍ୟକା ଅଭିମୁଖେ ଯାଉଥିବା ବେଳେ ବାଟରେ ଜଙ୍ଗଲା ଗ୍ରାମ ନିକଟରେ ୨୦୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ।

ସୋମବାର ସକାଳ ୮.୪୫ରେ ଏହି ଦୁର୍ଘଟଣା ହୋଇଛି। ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ପିଏମ୍‌ଏନଆରଏଫ୍‌ (ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି)ରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe