ନଗ୍ନ ଫଟୋ ଭାଇରାଲ କରିଦେବି କହି ନାବାଳିକାଠାରୁ ୧୬ ଲକ୍ଷ ଲୁଟି ନେଲା ନାବାଳକ

Advertisment
ଟ୍ରେଡିଂ ଆପ୍‌ରେ ୯୦ ଲକ୍ଷ ଠକେଇ: ମହିଳାଙ୍କୁ ଚୂନ ଲଗାଇଲେ ସାଇବର ଠକ

ଇନ୍ଦୋର: ଜଣେ ୧୭ ବର୍ଷର ବାଳକ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଭାଇରାଲ କରିଦେବି କହି ଜଣେ ନାବାଳିକାଠାରୁ ୧୬ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ଘଟଣା ପଦାକୁ ଆସିଲା ଯେତେବେଳେ ଝିଅଟି ଆଲମିରାରୁ ଟଙ୍କା ଚୋରି କରୁଥିବା ବେଳେ ତା’ ବାପାମାଆଙ୍କ ହାତରେ ଧରାପଡ଼ିଲା। ଏ ସମ୍ପର୍କରେ ପୁଲିସ ଆଗରେ ଅଭିଯୋଗ ହେବା ପ‌ରେ ପୁଲିସ ନାବାଳକକୁ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି।

ଖବର ଅନୁସାରେ, ଉକ୍ତ ନାବାଳିକା ଓ ୧୭ ବର୍ଷୀୟ ନାବାଳକ ଉଭୟ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ବାମନିୟ‌ା ଗାଁର ଅଧିବାସୀ ଓ ପଡ଼ୋଶୀ। କୌଣସି ପ୍ରକାରେ ଉକ୍ତ ବାଳିକାର କିଛି ନଗ୍ନଛବି ବାଳକଟିର ହାତରେ ପଡ଼ିଗଲା। ସେ ଜାଣିଥିଲା ଯେ, ତା’ ବାପା ପୈତୃକ ସମ୍ପତ୍ତି ବିକ୍ରିକରି ଘରେ ବହୁତ ଟଙ୍କା ରଖିଛନ୍ତି। ତେଣୁ ଟଙ୍କା ପାଇଁ ସେ ଝିଅଟିକୁ ବ୍ଲାକ୍‌ମେଲ କରିବାକୁ ଆରମ୍ଭ କଲା। ଝିଅଠାରୁ ୧୬ ଲକ୍ଷ ଟଙ୍କା ନେଇ ସାରିବା ପରେ ବି ସେ ଆହୁରି ଟଙ୍କା ମାଗୁଥିଲା। ବାଳକଟି କାଳେ ସୋସିଆଲ ମିଡ଼ିଆରେ ଫଟୋ ପ୍ରକାଶ କରିଦେବ ସେଇ ଭୟରେ ଝିଅଟି ବାପାଙ୍କ ଆଲମିରାରୁ ଟଙ୍କା ଚୋରି କରି ତାକୁ ଦେଇଚାଲିଥିଲା। ଏତେଗୁଡ଼ାଏ ଟଙ୍କା ଯିବା ପରେ ବାପାମାଆଙ୍କର ଝିଅ ଉପରେ ସନ୍ଦେହ ହୋଇଥିଲା ଏବଂ ସେମାନେ ତା’ ଉପରେ ନଜର ରଖି ଟଙ୍କା ଚୋରାଇବା ବେଳେ ତାକୁ ଧରିଥିଲେ ବୋଲି ସ୍ଥାନୀୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ପୁଲିସ ଅଭିଯୁକ୍ତ ବାଳକକୁ ଅଟକ ରଖି ଜେରା କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe