କରାଚୀ : ପାକିସ୍ତାନର ୧୬ରୁ ୧୮ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରାଯାଇଥିବା ଦାବି କରାଯାଇଛି। ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନର ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରିଥିବା ଦାବି କରି ଏକ ଭିଡିଓ ଜାରି କରିଛି। ଏ ନେଇ ପାକିସ୍ତାନୀ ସାମ୍ବାଦିକ ଜଓ୍ବାଦ ୟୁସୁଫଜାଇ ଏକ୍ସରେ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁସାରେ ଅପହୃତ ପରମାଣୁ ବୈଜ୍ଞାନିକମାନେ ପାକିସ୍ତାନର ଆଣବିକ ଶକ୍ତି ଆୟୋଗର କର୍ମଚାରୀ। ସେମାନେ ଲକ୍କି ମାରଓ୍ବାଟର କାବୁଲ ଖେଲ ଆଣବିକ ଖକ୍ତି ଖଣି ପ୍ରକଳ୍ପରେ କାର୍ଯ୍ୟରତ ଥିଲେ । ଆତଙ୍କବାଦୀମାନେ କମ୍ପାନିର ଗାଡ଼ିକୁ ମଧ୍ୟ ଜଳାଇଦେଇଛନ୍ତି ।
ଅପହୃତ ପରମାଣୁ ବୈଜ୍ଞାନିକମାନେ ପାକିସ୍ତାନର ଆଣବିକ ଶକ୍ତି ଆୟୋଗର କର୍ମଚାରୀ। ସେମାନେ ଲକ୍କି ମାରଓ୍ବାଟର କାବୁଲ ଖେଲ ଆଣବିକ ଖକ୍ତି ଖଣି ପ୍ରକଳ୍ପରେ କାର୍ଯ୍ୟରତ ଥିଲେ । ଆତଙ୍କବାଦୀମାନେ କମ୍ପାନିର ଗାଡ଼ିକୁ ମଧ୍ୟ ଜଳାଇଦେଇଛନ୍ତି ।
ତାଲିବାନ ପାକିସ୍ତାନର ଅପହୃତ ପରମାଣୁ ବୈଜ୍ଞାନିକଙ୍କ ଏକ ଭିଡିଓ ଜାରି କରିଛି। ଭିଡିଓରେ ପାକିସ୍ତାନୀ ଅଧିକାରୀମାନେ ବିଦ୍ରୋହୀଙ୍କ ଦାବିକୁ ଗ୍ରହଣ କରିବା ଏବଂ ନିଜକୁ ରକ୍ଷା କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୈଜ୍ଞାନିକଙ୍କ ଏହି ଅବସ୍ଥା ପାକିସ୍ତାନର ବିପର୍ଯ୍ୟସ୍ତ ନିରାପତ୍ତା ଏବଂ ସେନାର ଅସହାୟତାର ଏକ ନମୁନା ବୋଲି ଲୋକେ କହୁଛନ୍ତି।
ପାକିସ୍ତାନର ପରମାଣୁ ବୈଜ୍ଞାନିକମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Follow Us