ଜମ୍ମୁ କଶ୍ମୀରରେ ୧୬ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ମୃତ୍ୟୁର କାରଣ ଜଣାପଡ଼ୁନି

Advertisment

ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ ୧୬ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତବର୍ଷ ଡିସେମ୍ବର ମାସରୁ ୩ଟି ପରିବାରର ୧୬ ଜଣଙ୍କର ମୃତ୍ୟୁ ହେଲା‌ଣି ଏବଂ ଗତ ରବିବାରରୁ ଆଜି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହେଲାଣି।

ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ ୧୬ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତବର୍ଷ ଡିସେମ୍ବର ମାସରୁ ୩ଟି ପରିବାରର ୧୬ ଜଣଙ୍କର ମୃତ୍ୟୁ ହେଲା‌ଣି ଏବଂ ଗତ ରବିବାରରୁ ଆଜି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହେଲାଣି।

xcv

ଜମ୍ମୁ: ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ ୧୬ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତବର୍ଷ ଡିସେମ୍ବର ମାସରୁ ୩ଟି ପରିବାରର ୧୬ ଜଣଙ୍କର ମୃତ୍ୟୁ ହେଲା‌ଣି ଏବଂ ଗତ ରବିବାରରୁ ଆଜି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହେଲାଣି।  ମାମଲା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବାରୁ କର୍ତ୍ତୃପକ୍ଷ ପ୍ରଭାବିତ ପରିବାରର ୩ଟି ଘରକୁ ସିଲ୍‌ କରିଛନ୍ତି ଏବଂ ସେମାନଙ୍କର ୨୧ ଜଣ ଘନିଷ୍ଠ ସମ୍ପର୍କୀୟଙ୍କୁ ସରକାରୀ ବ୍ୟବସ୍ଥାରେ ରଖାଯାଇଛି। ଏହାଦ୍ବାରା ସେମାନଙ୍କୁ କଡ଼ା ନଜରରେ ରଖାଯାଇପାରିବ। 

ମୃତ୍ୟୁର କାରଣ ଜଣାପଡ଼ୁନି
ତଦନ୍ତ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅନ୍ୟପକ୍ଷେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କରି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ମୃତ୍ୟୁର କାରଣ କ’ଣ ଜାଣିବାପାଇଁ ତଦନ୍ତ ତ୍ବରାନ୍ବିତ କରିବାକୁ ସେ ସ୍ବାସ୍ଥ୍ୟ ଏବଂ ପୁଲିସ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଓମାର କହିଛନ୍ତି, ବର୍ଷକ ମଧ୍ୟରେ ଏତେଗୁଡ଼ିଏ ସନ୍ଦେହଜନକ ମୃତ୍ୟୁର ମୂଳ‌ରେ ପହଞ୍ଚିବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। ଆମେ ଏହି ସଙ୍କଟର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ।  ଉଲ୍ଲେଖଯୋଗ୍ୟ, ଓମାର ଅବଦୁଲ୍ଲା କରିଥିବା ବୈଠକରେ ରାଜ୍ୟର ଅନ୍ୟ ଶୀର୍ଷ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।   ଏହି ମାମଲାରେ ୩୦୦୦ରୁ ଅଧିକ ଘରକୁ ଯାଇ ସର୍ଭେ କରାଯାଉଛି। ଖାଦ୍ୟ, ପାଣି ଏବଂ ଅନ୍ୟ ସାମଗ୍ରୀର ନମୁନା ପରୀକ୍ଷା କରାଯାଉଛି। ସମସ୍ତ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। କୌଣସି ପ୍ରକାର ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇନି। କେବଳସେତିକି ନୁହେଁ ଆଇସିଏମ୍‌ଆର, ‌ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି, ଏନ୍‌ସିଡିସି, ସିଏସଆଇଆର, ଡିଆରଡିଓ ମଧ୍ୟ ଏହି ମୃତ୍ୟୁର ପ୍ରକୃତ କାରଣ କ’ଣ ଜାଣିବାରେ ବିଫଳ ହୋଇଛନ୍ତି।  ପୁଲିସ ଅଫିସରମାନେ   ବୈଠକରେ ଜଣାଇଛନ୍ତି ‌ଯେ ସମସ୍ତ ମୃତକ  ଦେଢ଼ କିମି ଅଞ୍ଚଳ ମଧ୍ୟରେ ରହୁଥିଲେ। ଉଲ୍ଲେଖଯୋଗ୍ୟ,  ୬୦ ବର୍ଷୀୟ ଜାଟ୍ଟି ବେଗମ୍‌ଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା।  ତାଙ୍କର ଅନ୍ୟ ଜଣେ ଝିଅ ମଧ୍ୟ ମୃତ୍ୟୁ ସହ ଲଢ଼ୁଛି। ଅତିରିକ୍ତି ଡେପୁଟି କମିସନର ଦିଲ ମୀର୍‌ଙ୍କ ନେତୃତ୍ବାଧୀନ ଟିମ୍‌ ଏହି ଅପରେସନ୍‌ ପରିଚାଳନା କରୁଛନ୍ତି।  ବୁଧାଲ ଏସ୍‌ପି ୱାଜାହାଟ ହୁସେନଙ୍କ ନେତୃତ୍ବାଧୀନ ଏକ ୧୧ ଜଣିଆ ଏସ୍‌ଆଇଟି ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe