ଶିବସେନା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗ ଦେଇନଥିବା ୧୬ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

Advertisment
ଶିବସେନା ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗ ଦେଇନଥିବା ୧୬ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

livehindustan

ମୁମ୍ବାଇ: ଆଜି ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଏବେ ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଜାରି କରାଯାଇଥିବା ନୋଟିସ‌ରେ ଜୁନ୍ ୨୭ତାରିଖ ସନ୍ଧ୍ୟା ୫.୩୦ଭିତରେ ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ବିଧାୟକ ଦିଆଯାଇଥିବା ସମୟ ମଧ୍ୟରେ ଅନୁପସ୍ଥିତିର କାରଣ ନଜଣାନ୍ତି ତେବେ ଏହା ଧରି ନିଆଯିବ ଯେ ତାଙ୍କର କିଛି କହିବାର ନାହିଁ ଏବଂ ନିୟମ ଅନୁଯାୟୀ ଏ ବ୍ୟାପାରରେ ନିଷ୍ପତ୍ତି ନିଆଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ଶିବ ସୈନିକମାନେ ରାସ୍ତାକୁ ବାହାରିଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଧାରା ୧୪୪ଲାଗୁ କରାଯାଇଛି। ଶିବ ସୈନିକଙ୍କ ଦଙ୍ଗାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ହାଇ ଆଲର୍ଟ ଜାରି କରିଛି ଏବଂ ସହରର ସମସ୍ତ ରାଜନୈତିକ କାର୍ଯ୍ୟାଳୟରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୁଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe