ଜଲଗାଓଁ : ଟ୍ରକ୍‌ ଓଲଟି ୧୬ ଶ୍ରମିକ ମୃତ

ଜଲଗାଓଁ : ଟ୍ରକ୍‌ ଓଲଟି ୧୬ ଶ୍ରମିକ ମୃତ

suspensecrime.com

ଜଲଗାଓଁ : ରାତି ଅନିଦ୍ରା ହୋଇ କାମ ଅନ୍ବେଷଣରେ ବାହାରିଥିଲେ । ‌ଭୋର୍‌ରୁ ପହଞ୍ଚିଥାନ୍ତେ ଲକ୍ଷ୍ୟସ୍ଥଳରେ। ‌ହେଲେ ବିଧିର ବିଧାନ ଥିଲା ବିଚିତ୍ର। ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଆଜି ଭୋର୍‌ରୁ ଶ୍ରମିକ ନେଇ ଯାଉଥିବା ଏକ ଟ୍ରକ୍‌ ଓଲଟି ପଡ଼ିବାରୁ ୨ ଜଣ ଶିଶୁଙ୍କ ସହ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୫ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି।

ରାତି ଗୋଟାଏ ବେଳେ ଧୁଲେରୁ ଏକ ଟ୍ରକ୍‌ ଶ୍ରମିକମାନଙ୍କୁ ଧରି ଜଲଗାଓଁର ୟାୱାଲ ତହସିଲ ଅଭିମୁଖେ ଯାଉଥିଲା। କିନ୍‌ଗାଓଁର ଏକ ମନ୍ଦିର ନିକଟରେ ଟ୍ରକ୍‌ଟି ଏକ ବୁଲାଣିରେ ରାସ୍ତାକଡ଼ରେ ଥିବା ଖାତକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ସାହାଯ୍ୟରେ ଖାତ ଭିତରୁ ଟ୍ରକକୁ ଉଠାଯାଇଥିଲା। ଦୁଇ ଜଣ ଶିଶୁ (୩ ଓ ୫ ବର୍ଷର), ଜଣେ ୧୫ ବର୍ଷିୟା ବାଳିକାଙ୍କ ସହ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଟ୍ରକ୍‌ ଡ୍ରାଇଭର ସମେତ ୫ ଜଣ ଆହତଙ୍କୁ ଜଲଗାଓଁ ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଜଲଗାଓଁ ଅତିରିକ୍ତ ଏସ୍‌ପି ଚନ୍ଦ୍ରକାନ୍ତ ଗାଭ୍‌ଲି କହିଛନ୍ତି, ‌କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ଡ୍ରାଇଭର ବିରୋଧରେ ଏକ କେସ୍‌ ରୁଜୁ ହୋଇଛି। ଆର୍‌ଟିଓକୁ ଟ୍ରକ୍‌ ସମ୍ପର୍କିତ ରିପୋର୍ଟ ମଗାଯାଇଛି।

ଦୁର୍ଘଟଣା ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ବିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe