VIA Mediation Centre
ନୂଆଦିଲ୍ଲୀ: ଜଣେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗକୁ ଖାରଜ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ହୋଇଥିବା ନିବେଦନର ବିଚାର କରି ମେଘାଳୟ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ, ଜଣେ ୧୬ ବର୍ଷୀୟ ନାବାଳିକା ସହମତିଭିତ୍ତିକ ଯୌନସଂପର୍କ କରିବାକୁ ସକ୍ଷମ। କିନ୍ତୁ ଏହା ତା’ର ସଚେତନ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏ ନେଇ ଦାଖଲହୋଇଥିବା ଏଫଆଇଆରରେ ପୋକସୋ ଆଇନ ଲାଗିଥିବାରୁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ଆବେଦନକାରୀ ଓ ପୀଡିତା ପ୍ରେମ ସମ୍ପର୍କରେ ଥିଲେ,ଏହା ଯୌନ ନିର୍ଯାତନା ନୁହେଁ ବରଂ ସହମତିଭିତ୍ତିକ ଯୌନ ସଂପର୍କ।
ଜଷ୍ଟିସ ଡବ୍ଲୁ ଡିଏଙ୍ଗୋଡହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଦର୍ଶାଇଥିଲେ ଯେ, ଜଣେ ୧୬ ବର୍ଷର କିଶୋରୀର ଶାରିରୀକ ଏବଂ ମାନସିକ ବିକାଶକୁ ବିଚାରକୁ ନେଲେ ସେ ଯୌନ ସମ୍ପର୍କ ବିଷୟରେ ସଚେତନ ନିଷ୍ପତ୍ତି ଗ୍ରହଣ କରିବା ଯୁକ୍ତିଯୁକ୍ତ, ଯାହାକୁ କୋର୍ଟ ସ୍ବୀକାର କରିଛନ୍ତି। ନାବାଳିକା ଜଣଙ୍କ କହିଥିଲେ ଯେ, ସେ ଆବେଦନକାରୀଙ୍କ ଜଣେ ବନ୍ଧୁ। ସେ କୌଣସି ବଳ ପ୍ରୟୋଗ କରିନାହାନ୍ତି ବରଂ ସହମତି ଭିତ୍ତିରେ ଏହି କାର୍ଯ୍ୟ କରିଛନ୍ତି। ନାବାଳିକାଙ୍କ ବିବୃତି ଆବେଦନକାରୀଙ୍କ ଦାବିକୁ ସମର୍ଥନ କରିବାରୁ ଆବେଦନକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ।
Follow Us