ଚାଇନିଜ୍ ଆପ୍ ଜରିଆରେ ୧୬୦ କୋଟି ଠକେଇ, ଦିଲ୍ଲୀରେ ୧୧ ଜଣ ଗିରଫ

ଚାଇନିଜ୍ ଆପ୍ ଜରିଆରେ ୧୬୦ କୋଟି ଠକେଇ, ଦିଲ୍ଲୀରେ ୧୧ ଜଣ ଗିରଫ

Sensor Tower

ନୂଆଦିଲ୍ଲୀ: ଏକ ମୋବାଇଲ ଆପ୍‌ରେ ନିବେଶ କରି ପଇସା ଦୁଇଗୁଣ କରିବାର ଲୋଭ ଦେଖାଇ ଲୋକଙ୍କୁ ଠକିଥିବା ଗୋଷ୍ଠୀର ୧୧ ଜଣଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି। ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଏହି ଠକମାନେ ୧୫୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଦିଲ୍ଲୀ ପୁଲିସର ସାଇବର ସେଲ୍ ଏମାନଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଛନ୍ତି। ଏହି ଚାଇନିଜ୍ ଆପ୍‌କୁ କିଛି ଚୀନ୍‌ ନାଗରିକ ଦ୍ବାରା ପରିଚାଳିତ କରାଯାଉଥିଲା।

ଗିରଫ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ପାଖାପାଖି ୧୧ କୋଟି ଟଙ୍କା ପୁଲିସ ଜବତ କରିଛି। ସେହିଭଳି ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ପୁଲିସ ୯୭ ଲକ୍ଷ ଟଙ୍କା ପାଇଛି। ଅଭିଯୁକ୍ତମାନେ ଏହି ଆପ୍ ଜରିଆରେ ଲୋକଙ୍କ ଟଙ୍କାକୁ ୧୫ ଦିନରେ ଦୁଇଗୁଣ କରିବାର ଲୋଭ ଦେଖାଉଥିଲେ। ଏହି ଆପ୍ ଗୁଗଲ୍‌‌ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି। ଏହାପୂର୍ବରୁ ଉତ୍ତରାଖଣ୍ଡ ପୁଲିସର ସ୍ପେସାଲ ଟାସ୍କ ଫୋର୍ସ ୧୫ ଦିନରେ ଟଙ୍କା ଦୁଇଗୁଣ କରିଦେବାର ପ୍ରତିଶ୍ରୁତି ଦେଇ ମୋବାଇଲ ଆପ୍‌ ମାଧ୍ୟମରେ ୨୫୦ କୋଟି ଟଙ୍କାର ଠକେଇ କରିଥିବା ଅନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗକୁ ଧରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe